କରୋନାକୁ ମାତ୍ ଦେଲେ ସୋନୁ ସୁଦ୍ । ମହାମାରୀ ଜାଲରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ।

170

କନକ ବ୍ୟୁରୋ : ସୁସ୍ଥ ହେଲେ ସୋନୁ ସୁଦ୍ । କରୋନାରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । କରୋନାକୁ ମାତ୍ ଦେଇ ସୋନୁ ସୁସ୍ଥ ହୋଇଛନ୍ତି । ଆଉ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୋନୁ । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସଂକେତ ଦେଇଛନ୍ତି ସୋନୁ ।

ଗତ ୧୭ ତାରିଖରେ ସୋନୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେତେବେଳେ ସେ ନିଜକୁ ସଙ୍ଗରୋଧରେ ରଖିଥିଲେ । ଆଉ ଟ୍ୱିଟ କରି ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଏପରିକି ପଜିଟିଭ ଚିହ୍ନଟ ହେବା ଦ୍ୱାରା ଲୋକଙ୍କ ପାଇଁ କାମ କରିବାକୁ ଅଧିକ ସମୟ ମିଳିଗଲା ବୋଲି କହିଥିଲେ ସୋନୁ ।

ତେବେ ସୋନୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ପ୍ରଂଶସକ ମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ କହିଛନ୍ତି, ଭଗବାନ ଫେରିଲେ । କରୋନା ପଜିଟିଭ ଚିହ୍ନଟ ହେବା ପରେ ମଧ୍ୟ ସୋନୁ ଚୁପ୍ ବସିନଥିଲେ । ଘରେ ରହି ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥିଲେ ସୋନୁ ।