କନକ ବ୍ୟୁରୋ : ସୋନୁଙ୍କୁ କାହିଁକି ମିଳିଲାନି ‘ପଦ୍ମଶ୍ରୀ’ ? ସାମ୍ବାଦିକଙ୍କ ଏଭଳି ପ୍ରଶ୍ନର ନିଆରା ଢଙ୍ଗରେ ଉତ୍ତର ଦେଇଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଦେଶର ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ସୋନୁ ସୁଦ୍ ।
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ମିଳିବା ଏବଂ ଏହି ପୁରସ୍କାର ପାଇଁ ସୋନୁ ସୁଦଙ୍କ ନାଁକୁ ବିଚାର କରାନଯିବାକୁ ନେଇ ସୋନୁଙ୍କୁ ପ୍ରତିକ୍ରିୟା ମଗାଯାଇଥିଲା । ଆଉ ସୋନୁ କହିଥିଲେ, This is a question of thinking । ଅର୍ଥାତ ଏମିତି କାହିଁକି ହେଲା, ତାହା ଚିନ୍ତା କରିବାର ପ୍ରଶ୍ନ ବୋଲି କହିଛନ୍ତି ସୋନୁ ସୁଦ୍ ।
ସେହିପରି ସକ୍ରିୟ ରାଜନୀତିରେ ପାଦ ନେବା ନେଇ ସାମାନ୍ୟ ସଙ୍କେତ ଦେଇଛନ୍ତି ସୋନୁ ସୁଦ୍ । କହିଛନ୍ତି, ‘ମୁଁ ଯେକୌଣସି ପ୍ଲାଟଫର୍ମରେ ଯୋଗ ଦେଇପାରେ, ଯେଉଁଠି ଗୋଡ ଟଣାଟଣି ହେଉନଥିବ ଏବଂ କାମ କରିବାକୁ ସ୍ୱାଧୀନତା ମିଳିବ । ସେହି ପ୍ଲାଟଫର୍ମ ରାଜନୈତିକ ହୋଇପାରେ କିମ୍ବା ଅଣରାଜନୈତିକ ହୋଇପାରେ ।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2021/11/44-6.jpg)