ଅଭାବୀ ପିଲାଙ୍କ ପାଇଁ ଅସମ୍ଭବ ଥିଲା ଅନଲାଇନ ପାଠ ପଢା । ଅନଲାଇନ କ୍ଲାସ ପାଇଁ ପାଦରେ ଚାଲିଚାଲି ଅନେକ ଦୂର ଯାଉଥିଲେ କୁନି କୁନି ପିଲା । ପାଠ ପାଇଁ ପିଲାଙ୍କ ସଂଘର୍ଷ ସହିପାରିଲେନି ସୋନୁ । ସମସ୍ତଙ୍କୁ କିଣିଦେଲେ ଗୋଟେ ଗୋଟେ ସ୍ମାର୍ଟଫୋନ୍ ।

925

କନକ ବ୍ୟୁରୋ: ପଢିବେ ପିଲା, ବଢିବ ଦେଶ । ଉତ୍ତମ ଶିକ୍ଷା ପାଇ ଆଗକୁ ବଢିବ ସାରା ଭାରତ । କୁନି କୁନି ପିଲାଙ୍କ ପାଖରେ ପାଠ ପହଞ୍ଚିବ , ପାଠ ପଢି ସେମାନେ ବଡ ମଣିଷ ହେବ । ପିଲାଙ୍କ ଶିକ୍ଷା ଓ ସ୍ୱପ୍ନ ମଝିରେ ସେତୁ ସାଜିଛନ୍ତି ସୋନୁ ସୁଦ । ଆଉ ଯୋଗାଇ ଦେଇଛନ୍ତି ସ୍ମାର୍ଟଫୋନ ।

ଯେତେବେଳେ କରୋନା କଟକଣା ପାଇଁ ଦେଶର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେତେବେଳେ ପିଲାଙ୍କ ପାଠ ପଢା ପାଇଁ ଅନଲାଇନ କ୍ଲାସର ବ୍ୟବସ୍ଥା କରାଯାଉଛି । ମାତ୍ର ଏହି ଅନଲାଇନ କ୍ଲାସ କରିବା ଗରିବ ଓ ଅଭାବୀ ପିଲାଙ୍କ ପାଇଁ ଅସମ୍ଭବ ହେଉଛି । କାରଣ ଅନଲାଇନ ପାଠ ପଢିବାକୁ ନା ସେମାନଙ୍କ ପାଖରେ ମୋବାଇଲ ଅଛି ନା ସେମାନଙ୍କ ବାପାମାଆ ଫୋନ ଟିଏ କିଣିବାକୁ ସମର୍ଥ ହେଉଛନ୍ତି । ଅଭାବ, ଅନଟନର ଅନ୍ଧାର ଭିତରେ ରହୁଥିବା ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ସାତ ସପନ ପାଲଟିଥିଲା । ବାସ୍ ଏତିକିବେଳେ ଦୁଃଖୀଙ୍କ ଦରଦୀ ବନ୍ଧୁ ସାହି ସାହା ହୋଇଛନ୍ତି ସୋନୁ ସୁଦ୍ । ଆଉ ସ୍କୁଲ ପଢୁଆ ସମସ୍ତ ଗରିବ ପିଲାଙ୍କୁ ସ୍ମାର୍ଟଫୋନ କିଣି ଦେଇଛନ୍ତି ।

ତେବେ ହରିୟାଣା ମୋର୍ନି ସ୍ଥିତ ଏକ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ମାର୍ଟଫୋନ ଯୋଗାଇ ଦେଇଛନ୍ତି । ପିଲାଙ୍କ ପାଖରେ ସ୍ମାର୍ଟଫୋନ ନଥିବାରୁ କିଛି ପିଲା ଅନଲାଇନ କ୍ଲାସରୁ ବଞ୍ଚିତ ହେଉଥିଲେ । ଆଉ କିଛି ପିଲା ଅନଲାଇନରେ ପାଠ ପଢିବାକୁ ଦୂରରେ ଥିବା ଏକ କେନ୍ଦ୍ରକୁ ଅନେକ ବାଟ ଯାତ୍ରା କରୁଥିଲେ । ତେବେ ପାଠ ପାଇଁ ପିଲାଙ୍କ ଏ ସଙ୍ଘର୍ଷ ଦେଖି ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ସୋନୁ । ଆଉ ନିଜ ସାଙ୍ଗ କରଣ ଗିଲହୋତ୍ରାଙ୍କ ମାଧ୍ୟମରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ସ୍ମାର୍ଟଫୋନ ପଠାଇଥିଲେ । ଆଉ ଫୋନ ପାଇବା ପରେ ଭିଡିଓ କଲ କରି ସୋନୁଙ୍କ ସହ କଥାବାର୍ତ୍ତା ହୋଇ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ ।

ସେପଟେ ଅନଲାଇନରେ ପିଲାଙ୍କ ପାଠ ପଢା ପାଇଁ ପଠାଇଥିବା ସ୍ମାର୍ଟଫୋନ ପାଇସାରିବା ଛାତ୍ରଛାତ୍ରୀ ଖୁସି ଜାହିର କରିଥିବା ବେଳେ ସୋନୁ ଲେଖିଛନ୍ତି ଆଜି ମୋ ଦିନ ଭଲରେ ଆରମ୍ଭ ହୋଇଛି । ତେବେ ଯିଏ, ଯେଉଁଠି, ଯେତେବେଳେ ସୋନୁଙ୍କୁ ସାହାଯ୍ୟ ପାଇଁ ଡାକୁଛି ଶକ୍ତିମାନ ପରି ସଙ୍ଗେସଙ୍ଗେ ସାହାଯ୍ୟ ପାଇଁ ପହଞ୍ଚିଯାଉଛନ୍ତି ସୋନୁ । ଆଉ ତାଙ୍କର ଏ ସ୍ୱଭାବ ଦେଖି ଦେଶବାସୀ ଦ୍ୱନ୍ଦରେ ପଡିଛନ୍ତି ଆଉ କହୁଛନ୍ତି, ସୋନୁ ତମେ ମଣିଷ ନା ଭଗବାନ ।

ସୋନୁ ! ତମେ ମଣିଷ ନା ଭଗବାନ

#ସୋନୁଙ୍କ_ମିଶନ ‘#ଶିକ୍ଷା’#ଫୋନ_ନିଅ… #ପାଠ_ପଢ#ସୋନୁ_ଦେଲେ_ସ୍ମାର୍ଟଫୋନ୍ଅଭାବୀ ପିଲାଙ୍କ ପାଇଁ ଅସମ୍ଭବ ଥିଲା ଅନଲାଇନ ପାଠ ପଢା । ଅନଲାଇନ କ୍ଲାସ ପାଇଁ ପାଦରେ ଚାଲିଚାଲି ଅନେକ ଦୂର ଯାଉଥିଲେ କୁନି କୁନି ପିଲା । ପାଠ ପାଇଁ ପିଲାଙ୍କ ସଂଘର୍ଷ ସହିପାରିଲେନି ସୋନୁ । ସମସ୍ତଙ୍କୁ କିଣିଦେଲେ ଗୋଟେ ଗୋଟେ ସ୍ମାର୍ଟଫୋନ୍ । ଟ୍ୱିଟ୍ କରି ଲେଖିଲେ ପଢିବେ ପିଲା, ବଢିବ ଦେଶ…#OnlineClass #SchoolStudent #SmartPhone Sonu Sood #India

Posted by Kanak News on Wednesday, 26 August 2020