ଫ୍ୟାନଙ୍କୁ ସରପ୍ରାଇଜ ଦେଲେ ସୋନୁ । ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ ନିଜେ ରୋଷେଇ କଲେ । ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ଫ୍ୟାନ ।

141

କନକ ବ୍ୟୁରୋ : ଫାଷ୍ଟ ପୁଡ ଦୋକାନରେ ହଠାତ ଯାଇ ପହଞ୍ଚିଲେ ସୋନୁ ସୁଦ । ଆଉ ସୋନୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଦୋକାନୀ । ନିଜେ ବିଶ୍ୱାସ କରିପାରୁ ନଥିଲେ ଏହି କଥାକୁ । ଏହା ଏକ ସ୍ୱପ୍ନ ନା ବାସ୍ତବ ସେ ବୁଝି ପାରୁନଥିଲେ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ଫାଷ୍ଟଫୁଡ ଦୋକାନୀ । ନିଜ ହାଇଦ୍ରାବାଦୀ ଫ୍ୟାନଙ୍କୁ ଏଭଳି କିଛି ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ ।

ହାଇଦ୍ରାବାଦର ଅନୀଲ ନାମକ ଜଣେ ଯୁବକ । ସେ ଏକ ଫାଷ୍ଟଫୁଡ ଦୋକାନ ଖୋଲିଛନ୍ତି । ଆଉ ସେ ଫାଷ୍ଟଫୁଡ ଦୋକାନର ନାଁ ଦେଇଛନ୍ତି ଲକ୍ଷ୍ମୀ ସୋନୁ ସୁଦ ଫାଷ୍ଟ ଫୁଡ ସେଣ୍ଟର । ସବୁଠାରୁ ବଡ କଥା ହେଉଛି ସୋନୁ ସୁଦ ତାଙ୍କର ଏହି ଫ୍ୟାନଙ୍କୁ ଭେଟିବାକୁ ହାଇଦ୍ରାବାଦ ଆସିଥିଲେ । ବେଗୁମପେଟ ଅଞ୍ଚଳରେ ଥିବା ଅନୀଲଙ୍କ ଫାଷ୍ଟ ଫୁଡକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସୋନୁଙ୍କୁ ପାଖରେ ପାଇ କୁଣ୍ଢାଇ ପକେଇଥିଲେ ଅନୀଲ । ଆଉ ସୋନୁ ସୁଦ ଫାଷ୍ଟ ଫୁଡ ଦୋକାନରେ ନିଜେ ରୋଷେଇ କରିବା ସହ ଖାଇବା ମଧ୍ୟ ଖାଇଥିଲେ । ସୋନୁଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଗହଳି ମଧ୍ୟ ହୋଇଯାଇଥିଲା ।

ନିଜ ଫ୍ୟାନଙ୍କୁ ସୋନୁ ଦେଇଥିବା ଏହି ସରପ୍ରାଇଜକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏହାସହ ସୋନୁଙ୍କ ଏହି ଭଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ସେୟାର ହେବାରେ ଲାଗିଛି । ସୋନୁ ମଧ୍ୟ ନିଜେ ଏହାକୁ ଟ୍ୱିଟ କରିଛନ୍ତି ।

ଗରିବ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ହୃଦୟରେ ରହିଛନ୍ତି ସୋନୁ । ଚିକିତ୍ସା ହେଉ ଅବା ସ୍ୱାସ୍ଥ୍ୟ ସାହାଯ୍ୟ ମାଗିଲେ ମନା କରନ୍ତି ନାହିଁ ସୋନୁ । ଆଉ ସହାୟତା ପାଇଁ ବଢେଇ ଦିଅନ୍ତି ହାତ । ଏଭଳି ମହାନ କାମ ପାଇଁ ଏବେ ଗରିବଙ୍କ ଭଗବାନ ସାଜିଛନ୍ତି ଏହି ବଲିଉଡ ଅଭିନେତା । ଯାହାର ଉଦାହରଣ ହେଉଛି ଅନୀଲଙ୍କ ଏହି ଫାଷ୍ଟ ଫୁଡ ଦୋକାନ ।

ଲକଡାଉନ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ନିଜ ମହାନତା ଦେଖାଇଥିଲେ ସୋନୁ । ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ବସ କରି ପଠାଇଥିଲେ ଘରକୁ । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ସୋନୁଙ୍କ ସାହାଯ୍ୟ କରିବାର ଅଭିଯାନ । ଏହି ଅଭିଯାନ ଏବେ ଯାଏଁ ବି ଜାରି ରଖିଛନ୍ତି ସୋନୁ । ସେଥିପାଇଁ ସମସ୍ତଙ୍କ ହୃଦୟରେ ଘର କରିଛନ୍ତି ସୋନୁ ।