ଅଭିନେତା ସୋନୁ ସୁଦଙ୍କ ପାଖକୁ ଆସିଲା କୁନି ଝିଅର କୌତୁକିଆ ନିବେଦନ : ଉତ୍ତରରେ ଅଭିନେତା କହିଲେ , ଏହା ମୋ ପାଇଁ ଖୁବ୍ ଚ୍ୟାଲେଞ୍ଜପୂର୍ଣ୍ଣ କାମ । 

863

ବଲିଉଡ୍ ଅଭିନେତା ସୋନୁ ସୁଦ୍ ଗତ କିଛି ସପ୍ତାହ ଧରି ଏଭଳି ଏକ ମିଶନରେ ନିଜକୁ ସାମିଲ୍ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ସବୁ ମହଲରୁ ଭୁରି ଭୁରି ପ୍ରଶଂସା କରାଯାଉଛି । ଲକଡ଼ାଉନ ସମୟରେ ନିଜ ଘରଠାରୁ ମାଇଲ୍ ମାଇଲ୍ ଦୂରରେ ଫସି ରହିଥିବା ନିରୀହ ଶ୍ରମିକଙ୍କୁ ଘରକୁ ପଠାଇବାର ଭଲକାମ କରୁଛନ୍ତି ଏହି ଅଭିନେତା । ସେ ଲଗାତାର ଏହି ପୂଣ୍ୟକାମକୁ ଜାରି ରଖିଛନ୍ତି । ଖାଲି ଏତିକି ନୁହଁ ଶ୍ରମିକଙ୍କୁ ସହାୟତାର ହାତ ବଢାଇବା ପାଇଁ ସେ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ବର୍ତ୍ତମାନ ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥିବା ସହ ଯେ କେହିବି ତାଙ୍କୁ ସହାୟତା ମାଗୁଛନ୍ତି ସେ ସଙ୍ଗେ ସଙ୍ଗେ ଏହାର ଉତ୍ତର ମଧ୍ୟ ଦେଉଛନ୍ତି ।

ନିକଟରେ ସୋନୁଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଜଣେ କୁନି ଝିଅଙ୍କ ଭିଡିଓ ପୋଷ୍ଟ ହୋଇଥିଲା । ଯାହାକୁ ସୋନୁଙ୍କ ପ୍ରଶଂସକମାନେ ଖୁବ୍ ଲାଇକ୍ ଏବଂ ସେୟାର୍ କରିଛନ୍ତି । ଏହି ଭିଡିଓରେ କୁନି ଝିଅଟି କହୁଛି , ସୋନୁ ଅଙ୍କଲ୍ , ଶୁଣିଛି ଆପଣ ସବୁ ଲୋକଙ୍କୁ ଘରକୁ ପଠାଉଛନ୍ତି । ମୋ ବାପା ପଚାରୁଛନ୍ତି କ’ଣ ଆପଣ ମୋ ମମିଙ୍କୁ ଆଇଙ୍କ ଘରକୁ ପଠାଇପାରିବେ? ପଠାଇବା ବେଳେ ମୋତେ ଜଣାଇଦେବେ । ଏଭଳି କୌତୁକିଆ ଭିଡିଓଟିକୁ ଦେଖି ସୋନୁ ଏହାକୁ ରିଟ୍ୱିଟ୍ କରିବା ସହ ଲେଖିଥିଲେ, ଏବେ ଏହି କାମ ମୋ ପାଇଁ ଅଧିକ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ । ମୁଁ ନିଜର ବେଷ୍ଟ୍ ଦେବା ପାଇଁ ପ୍ରୟାସ କରିବି ।