ଦିନେ ସୋନୁ ସୁଦଙ୍କୁ ଫଟୋସୁଟ୍ ପାଇଁ ମନା କରିଥିଲା ନାମୀଦାମୀ ମାଗାଜିନ୍ । ଏବେ ସେହି ମାଗାଜିନର ମେନ୍ ପେଜର ସ୍ଥାନ ପାଇଛି ସୋନୁଙ୍କ ଫଟୋ ।

239

କନକ ବ୍ୟୁରୋ : ଦିନେ ସୋନୁଙ୍କୁ ରିଜେକ୍ଟ କରିଥିଲା ଷ୍ଟାରଡଷ୍ଟ ମାଗାଜିନ୍ । ଆଜି ମାଗାଜିନର କଭର ପେଜର ସ୍ଥାନ ପାଇଛି ସୋନୁଙ୍କ ଫଟୋ । ଏକ ମାଗାଜିନ୍ ସୁଟର ଅଡିସନ୍ ଦେଇ ଦିନେ ରିଜେକ୍ଟ ହୋଇଥିଲେ ସୋନୁ ସୁଦ୍ । ଆଉ ଆଜି ସେହି ମାଗାଜିନର କଭର ପେଜରେ ଶୋଭା ପାଉଛି ସୋନୁଙ୍କ ଫଟୋ । ଷ୍ଟାରଡଷ୍ଟର କଭର ପେଜରେ ସ୍ଥାନ ପାଇଛି ସୋନୁଙ୍କ ଫଟୋ । ଆଉ ଲେଖାଯାଇଛି, କ’ଣ ରିୟଲ ହିରୋ ସୋନୁ ସୁଦ୍ ସବୁ ରିଲ୍ ହିରୋଙ୍କୁ ପଛରେ ପକାଇଦେଇଛନ୍ତି ?

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦିନେ ଷ୍ଟାରଡଷ୍ଟ ମାଗାଜିନ୍ ସୋନୁ ସୁଦଙ୍କୁ ରିଜେକ୍ଟ କରିଦେଇଥିଲା । ସୋନୁ ସୁଦ୍ ନିଜ ଟ୍ୱିଟର ପେଜରେ ଷ୍ଟାରଡଷ୍ଟ ମାଗାଜିନର ଏପ୍ରିଲ ମାସର କଭର ପେଜ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, କେମିତି ସେ ଏହି ମ।।ଗାଜିନର କଭର ପେଜରେ ଆସିବା ପାଇଁ ଅଡିସନ୍ ଦେଇଥିଲେ, କିନ୍ତୁ ସେତେବେଳେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା ।

ସୋନୁ କହିଛନ୍ତି, ଦିନେ ଏମିତି ଥିଲା, ଯେତେବେଳେ ସେ ପଞ୍ଜାବରୁ ଷ୍ଟାରଡଷ୍ଟର ଅଡିସନ ପାଇଁ ତାଙ୍କ ଫଟୋ ପଠାଇଥିଲେ । କିନ୍ତୁ ସେ ରିଜେକ୍ଟ ହୋଇଯାଇଥିଲେ । କିନ୍ତୁ ଏବେ ମାଗାଜିନର କଭର ପେଜରେ ତାଙ୍କ ଫଟୋ ସ୍ଥାନ ପାଇଥିବାରୁ ସେ ଷ୍ଟାରଡଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ମାଗାଜିନ୍ ପାଖରେ ସେ ରୁଣୀ ଥିବା ଦର୍ଶାଇଛନ୍ତି ।
ତେବେ ମହାମାରୀ ବେଳେ ମସିହା ହୋଇ ସାମ୍ନାକୁ ଆସିଛନ୍ତି ସୋନୁ ସୁଦ୍ । ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସାହାଯ୍ୟ ମାଗୁଛି, ବିପଦ ବେଳର ବନ୍ଧୁ ସାଜି ସାହାଯ୍ୟର ହାତ ବଢାଇ ଦେଉଛନ୍ତି ସୋନୁ ସୁଦ୍ । ଗଚ୍ଛବର୍ଷ ଲକଡାଉନ୍ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ସୁରକ୍ଷିତ ପହଂଚାଇପାରିଥିବାରୁ ଲୋକେ ତାଙ୍କୁ ଶ୍ରମିକଙ୍କ ଭଗବାନ ବୋଲି ମଧ୍ୟ କହୁଛନ୍ତି ।

କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସ୍ୱତନ୍ତ୍ର ଘରଟିଏ କରିପାରିଛନ୍ତି ହୃଦୟର ହିରୋ ସୋନୁ ସୁଦ୍ । କରୋନା କାଳରେ ଲୋକଙ୍କ କଷ୍ଟ ଦୂର କରି କୋଟି କୋଟି ଭାରତବାସୀଙ୍କ ମନ ଜିଣିପାରିଛନ୍ତି । ଅସହାୟଙ୍କ ପାଇଁ ଅନ୍ନଦାତା, ଦୁଃଖି ଦରିଦ୍ରଙ୍କ ଦେବତା, ବେସାହାରାଙ୍କ ପାଇଁ ବିପଦ ବେଳର ବନ୍ଧୁ ଆଉ ଶ୍ରମିକଙ୍କ ପାଇଁ ସାକ୍ଷାତ ଭଗବାନ ସାଜି ସାମ୍ନାକୁ ଆସିଛନ୍ତି ସୋନୁ ସୁଦ୍ । ରିଲ୍ ଲାଇଫର ଏହି ଖଳନାୟକ ରିୟଲ ଲାଇଫର ହିରୋ ସାଜିଛନ୍ତି । ଆଉ ସାରା ଦେଶ ଆଜି ତାଙ୍କୁ ସଲାମ୍ କରୁଛି ।