ନିଷ୍ପାପ ଶିଶୁଙ୍କ ଚିକିତ୍ସା ପାଇଁ ସାତ ଦରିଆ ପାରିରୁ ସୋନୁଙ୍କୁ ଗୁହାରୀ କଲେ ବିଦେଶୀ । ଦୁଃଖ ଶୁଣି ରହିପାରିଲେନି ଦୁଃଖୀଦରିଦ୍ରଙ୍କ ଦେବଦୂତ । ବିପଦ ବେଳର ବନ୍ଧୁ ସାଜି ଫିଲିପାଇନ୍ସରୁ ୩୯ ଜଣ କଅଁଳ କଢ଼ିଙ୍କୁ ଭାରତକୁ ଆଣିଲେ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଲେ । କଥା ଦେଇ ୪୮ ଘଣ୍ଟା ଭିତରେ ଭାରତରେ ପହଁଚାଇଲେ..

229

କନକ ବ୍ୟୁରୋ: ଫିଲିପାଇନ୍ସରୁ ଭାରତ ଆଣିବି, ଦିଲ୍ଲୀରେ ଚିକିତ୍ସା କରାଇବି ସୋନୁ କେବଳ ଗୋଟେ ନାଁ ନୁହେଁ… ସମସ୍ତଙ୍କ ପାଇଁ ସାହା ଭରଷାର ସୂତ୍ରଧାର । କାରଣ ସୋନୁ ଥିଲେ ଅସମ୍ଭବ ବି ଲାଗେ ସମ୍ଭବ । ସେଥିପାଇଁ ତ ଏବେ ଶ୍ରମିକଙ୍କ ଭଗବାନ ବିଦେଶୀଙ୍କ ପାଇଁ ମଧ୍ୟ ଦେବଦୂତ ସାଜିଛନ୍ତି । ଦୂର ଦରିଆରୁ ଦୁଃଖର ହାତ ପତାଇ, ୩୯ ଜଣ ନିଷ୍ପାପ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ସୋନୁଙ୍କୁ ଗୁହାରୀ କରିଛନ୍ତି ଜଣେ ବିଦେଶୀ । ସବୁ କଷ୍ଟ ସବୁ ସମସ୍ୟାର ସମାଧାନ କରୁଥିବା ସୋନୁ ଏମାନଙ୍କ ପାଇଁ ମଧ୍ୟ ଆଗେଇ ଆସିଛନ୍ତି

ଫିଲିପାଇନ୍ସର ପ୍ରାୟ ୩୯ଜଣ ଶିଶୁଙ୍କୁ ଗୁରୁତର ଲିଭର ସମସ୍ୟା ରହିଛି । ତେଣୁ ଏହି କୁନି କୁନି ଶିଶୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ଅତ୍ୟନ୍ତ ଜରୁରି ହୋଇପଡିଛି । କିନ୍ତୁ କରୋନା କଟକଣା ପାଇଁ କୌଣସି ଫ୍ଲାଇଟ୍ ବୁକ୍ ହୋଇପାରୁନି, ଯେଉଁଥିପାଇଁ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି କୁନି କୁନି ପିଲା । ତେବେ ଏଭଳି ପରିସ୍ଥିତିରେ ଅସହାୟ ଛୋଟ ଛୋଟ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଦୁଃଖୀ-ଦରିଦ୍ରଙ୍କ ଭଗବାନ ସୋନୁ ସୁଦ୍ ।

ସୋନୁ ରି-ଟ୍ୱିଟ୍ କରି ଲେଖିଛନ୍ତି କି, ସେମାନଙ୍କ ବ୍ୟାଗ୍ ପ୍ୟାକ କରିଦେଇଥାନ୍ତୁ, କାରଣ ଆସନ୍ତା ଦୁଇ ଦିନ ଭିତରେ ଏମାନଙ୍କୁ ଭାରତକୁ ଅଣିବି । ଏବେ ଏହି ନିଷ୍ପାପଙ୍କ ଜୀବନ ବଞ୍ଚାଇବା ଆମର ଦାୟିତ୍ୱ… ତେବେ କେବଳ ଶ୍ରମିକ ନୁହେଁ କି ଦୁଃଖୀ ଦରିଦ୍ର ନୁହେଁ ବଂର ବିଶ୍ୱର ଯେକୌଣସି ସ୍ଥାନରୁ ସୋନୁଙ୍କୁ ଗୁହାରି କରିଦେଲେ ସୋନୁ ସାଙ୍ଗେ ସାଙ୍ଗେ ଗୁହାରୀ ଶୁଣୁଛନ୍ତି । ସେଥିପାଇଁ ତ ଅସହାୟ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ସହାୟତାର ହାତ ବଢାଇଛନ୍ତି ସୋନୁ । କରୋନା କଟକଣା ସମୟରେ ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପରେ ଏବେ କୋମଳମତି ଶିଶୁଙ୍କ ପାଇଁ ସଂକଟ ମୋଚନ ସାଜିଛନ୍ତି ସମସ୍ତଙ୍କ ହୃଦୟରେ ଘର କରିଥିବା ସୋନୁ ସୁଦ୍