କନକ ବ୍ୟୁରୋ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭୋଟିଂ ବୁଥକୁ ଯିବା ଉପରେ କଡା କଟକଣା ଲଗାଇଲେ ଖୋଦ୍ ରାଜ୍ୟ ନିର୍ବାଚନ କମିଶନ୍ । ତାଙ୍କ କାରକୁ ଜବତ କରାଯିବା ସହ ତାଙ୍କୁ ଘରୁ ନବାହାରିବାକୁ ବି ତାଗିଦ କରାଯାଇଥିବା ସୂଚନା ରହିଛି ।

Advertisment

ସୂଚନା ମୁତାବକ, ଆଜି ପଂଜାବରେ ବିଧାନସଭା ନିର୍ବାଚନ ପାଇଁ ୧୧୭ଟି ଆସନରୁ ମତଦାନ ହୋଇଛି । ଏଥିରେ ମୋଗା ଆସନରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଛନ୍ତି ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ୍ । ଭଉଣୀର ନିର୍ବାଚନକୁ ଦୃଷ୍ଟିରେ ରଖି ସୋନୁ ସୁଦ୍ ବିଭିନ୍ନ ବୁଥ୍କୁ ପରିଦର୍ଶନରେ ବାହାରିଥିଲେ । ହେଲେ ଏହି ଖବର ପାଇଥିଲା ଅକାଳି ଦଳ । ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେଏହାର କିଛି ନେତା । ସୋନୁ ସୁଦ୍ ବୁଲି ବୁଲି ବିଭିନ୍ନ ବୁଥ୍ରେ ଭୋଟରଙ୍କୁ ଭଉଣୀଙ୍କୁ ଭୋଟ ଦେବାକୁ ପ୍ରଭାବିତ କରୁଥିବା ଅଭିଯୋଗ ବାଢିଥିଲେ ଅକାଳି ଦଳର କିଛି ନେତା ।ଏହାପରେ ଇଲେକ୍ସନ୍୍ କମିଶନ ସୋନୁଙ୍କ ବୁଥ୍ ଯିବା ଉପରେ କଡା କଟକଣା ଲଗାଇଦେଇଥିଲେ । ଏପରିକି ତାଙ୍କ କାର ଜବତ କରିବା ସହ ଭୋଟ ସରିବା ଯାଏଁ ତାଙ୍କୁ ଘରୁ ନବାହାରିବାକୁ ମଧ୍ୟ ତାଗିଦ କରାଯାଇଥିଲା ।

ଅନ୍ୟପଟେ ଏପର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୋନୁ ସୁଦ୍ । ସେ କେବଳ ବୁଥ୍ ଗୁଡିକର ସ୍ଥିତି ଉପରେ ନଜର ପକାଇବାକୁ ଯାଉଥିଲେ କିନ୍ତୁ ଭୋଟରଙ୍କୁ ପ୍ରଭାବିତ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିବା ସେ କହିଛନ୍ତି ।