ସରକାର ଶୁଣିଲେନି, ସାହାଯ୍ୟ ପାଇଁ ଆଗେଇ ଆସିଲେ ଶ୍ରମିକଙ୍କ ଭଗବାନ । ୫ ମାସ ହେବ ଶଯ୍ୟାଶାୟୀ ହୋଇପଡିଥିବା ଅସହାୟ ପ୍ରତିଭାଙ୍କୁ ସୁସ୍ଥ କରିବାକୁ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍ ।

Advertisment
ସରକାର ଶୁଣିଲେନି, ସାହାଯ୍ୟ ପାଇଁ ଆଗେଇ ଆସିଲେ ଶ୍ରମିକଙ୍କ ଭଗବାନ । ୫ ମାସ ହେବ ଶଯ୍ୟାଶାୟୀ ହୋଇପଡିଥିବା ଅସହାୟ ପ୍ରତିଭାଙ୍କୁ ସୁସ୍ଥ କରିବାକୁ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍ ।

କନକ ବ୍ୟୁରୋ : ୩ ମାସ ହେଲାଣି ମୁଁ ବହୁତ କଷ୍ଟ ପାଇଲିଣି...ମୋ ମେରୁଦଣ୍ଡ ଭାଙ୍ଗିଯାଇଛି... ମୋତେ ସାହାଯ୍ୟ କରିବାକୁ କେହି ବି ନାହାନ୍ତି...ଚିକିତ୍ସା କରିବା ପାଇଁ ମୁଁ ଏତେ ଟଙ୍କା ଆଣିବି ବା କେଉଁଠୁ...ମୁଁ ମୋ ଗୋଡରେ ଛିଡା ହେବାକୁ ଚାହୁଁଛି, ମୋତେ ସାହା ହୁଅ ସରକାର । ମୁଖ୍ୟମନ୍ତ୍ରୀ..ମୋ ଗୁହାରି ଶୁଣନ୍ତୁ, ଆଉ ମୋତେ ସାହାଯ୍ୟ କରନ୍ତୁ ।

ଏ କାହାଣୀ ହେଉଛି ଉତ୍ତରପ୍ରଦେଶ ଭଦୋହୀ ଜିଲ୍ଲାର ପ୍ରତିଭା ପଟେଲଙ୍କର । ଏକ ସଡକ ଦୁର୍ଘଟଣାରେ ତାଙ୍କ ଗୋଡ ଭାଙ୍ଗିଯାଇଥିଲା, ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଆଉ ମେରୁଦଣ୍ଡ ବି ଭାଙ୍ଗିଯାଇଥିଲା । ପାଖରେ ଯେତିକି ଟଙ୍କା ଥିଲା ସେତିକିରେ କେବଳ ଗୋଡର ଅପରେସନ ହିଁ ହୋଇପାରିଲା । ଏବେ ପାଖରେ ଟଙ୍କା ନଥିବାରୁ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ଏମିତି ଖଟ ଉପରେ ପଡିରହିଛନ୍ତି ଅସହାୟ ପ୍ରତିଭା ।

ମା ଆରପାରିକୁ ଚାଲିଯିବା ପରେ ଦ୍ୱିତୀୟ ବିବାହ କରି ଝିଅକୁ ପରକରିଦେଇଛନ୍ତି ବାପା । ନିଜର ବୋଲି କେହି ନଥିବାରୁ ଗତ ଅଗଷ୍ଟ ୨ ତାରିଖରେ ଚିକିତ୍ସା ପାଇଁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଉପଦେଷ୍ଟା ଏବଂ ଜିଲ୍ଲାପାଳଙ୍କୁ ଟ୍ୱିଟ୍ ଜରିଆରେ ସାହାଯ୍ୟ ମାଗିଥିଲେ ପ୍ରତିଭା ପଟେଲ । କିନ୍ତୁ ଦୁଃଖର ବିଷୟ ହେଉଛି ନା ସରକାର ପ୍ରତିଭାଙ୍କୁ ସାହାଯ୍ୟ କଲେ ନା କଲେକ୍ଟର କଷ୍ଟ ଶୁଣିଲେ ।

ସାହାଯ୍ୟ ପାଇଁ ଆଗେଇ ଆସିଲେ ଶ୍ରମିକଙ୍କ ଭଗବାନ । ପ୍ରତିଭାଙ୍କୁ ସୁସ୍ଥ କରିବାକୁ ପ୍ରତିଶ୍ରୁତି ଦେଲେ ସୋନୁ । ପ୍ରତିଭାଙ୍କ କଷ୍ଟ ବିଷୟରେ ଜାଣିବା ପରେ ସାହାଯ୍ୟ ପାଇଁ ସାଙ୍ଗେ ସାଙ୍ଗେ ଆଗେଇ ଆସିଛନ୍ତି ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । ଅସହାୟ ପ୍ରତିଭାଙ୍କୁ ସୁସ୍ଥ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୋନୁ । ଆସନ୍ତା ଅକ୍ଟୋବର ୨୫ ତାରିଖରେ ପ୍ରତିଭାଙ୍କର ଅପରେସନ୍ ହେବ, ଆଉ ଅପରେସନର ସମସ୍ତ ଖର୍ଚ୍ଚ ବହନ କରିବେ ହୃଦୟର ହିରୋ ସୋନୁ ସୁଦ୍ ।

ସୋନୁ ସୁଦଙ୍କ ଏଭଳି ମହାନତା ପାଇଁ ସତରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ସେ ସ୍ୱତନ୍ତ୍ର ଜାଗାଟିଏ କିଣିପାରିଛନ୍ତି । ଗରିବ ଅସହାୟଙ୍କ ପାଇଁ ସେ ନିଜକୁ ସମର୍ପି ଦେଇଛନ୍ତି । ରିଲ୍ ଲାଇଫର ଏହି ଭିଲିଆନ୍ ଆଜି ପାଲଟି ଯାଇଛନ୍ତି ରିଅଲ୍ ଲାଇଫର ହିରୋ । ଯିଏବି ସୋନୁଙ୍କ କାହାଣୀ ଶୁଣୁଛି, ସିଏ କହୁଛି ସଲାମ୍ ସୋନୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe