ଲକଡ଼ାଉନରେ ଫସିଥିବା ପୁଅକୁ ଘରକୁ ପହଁଚାଇଲେ ଅଭିନେତା ସୋନୁ ସୁଦ୍ : ଭାବୁକ ହୋଇ ମା’ ଜଣାଇଲେ ଧନ୍ୟବାଦ , ଠାକୁର ଘରେ ପୂଜା ପାଇଲା ସୋନୁଙ୍କ ଫଟୋ ।

399

ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଅସହାୟଙ୍କୁ ସାହାଯ୍ୟ କରି ପ୍ରବାସୀଙ୍କ ପରିନ୍ଦା (ଦେବଦୂତ) ପାଲଟିଛନ୍ତି ଅଭିନେତା ସୋନୁ ସୁଦ୍ । ଅନ୍ୟ ରାଜ୍ୟରେ ଅଟକିଥିବା ଅସହାୟଙ୍କୁ ସୋନୁ ଘରକୁ ପଠାଇବାର ବ୍ୟବସ୍ଥା କରି ଜନକଲ୍ୟାଣ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ଘରକୁ ଫେରିବା ପରେ ସୋସିଆଲ୍ ମିଡିଆରେ ସୋନୁଙ୍କୁ ଧନ୍ୟବାଦ ବାର୍ତ୍ତାର ସୁଅ ଛୁଟୁଛି । ନିକଟରେ ଜଣେ ଛାତ୍ର ଯେତେବେଳେ ଘରକୁ ଫେରିଲେ , ତାଙ୍କ ମା’ ଭାବୁକ ହୋଇ ଏକ ଧନ୍ୟବାଦ ଭିଡିଓ ସୋନୁଙ୍କୁ ପଠାଇଥିଲେ ।

 

ଆକ୍ଟର୍ ମନିଷ୍ ନାମକ ଜଣେ ଟ୍ୱିଟର୍ ୟୁଜର୍ କିଛି ଦିନ ତଳେ ସୋନୁଙ୍କୁ ମୁମ୍ବାଇରୁ ନିଜ ଘରେ ପହଁଞ୍ଚାଇଦେବା ପାଇଁ ସାହାଯ୍ୟ ମାଗିଥିଲେ । ସୋନୁ ସମସ୍ତଙ୍କୁ ସାହାଯ୍ୟ କଲା ଭଳି ମନିଷଙ୍କୁ ମଧ୍ୟ ଘରକୁ ପଠାଇଥିଲେ । ଏବେ ମନିଷ୍ ନିଜ ଘରେ … ଏବଂ ପୁୁଅକୁ ଭଲରେ ଭଲରେ ଘରକୁ ଫେରିବା ଦେଖି ମା’ ମଧ୍ୟ ଖୁସି । ଘରେ ପହଁଚିବା ପରେ ମନିଷ୍ ମା’ଙ୍କର ଏକ ଭିଡିଓ ସେୟାର୍ କରିଥିଲେ । ଯେଉଁଥିରେ ସେ ଭାବୁକ ହୋଇ ସୋନୁଙ୍କୁ ଧନ୍ୟବାଦ ଦେଉଛନ୍ତି । ଏହାର ଉତ୍ତରରେ ସୋନୁ କହିଛନ୍ତି , “ ମମି ଜୀ, ବହୁତ ଖୁସି ଲାଗୁଛି ଯେ ମୁଁ ଆଜି ଗୋଟିଏ ମାକୁ ତା’ ପୁଅ ସହ ମିଶାଇପାରିଛି । ଭାଗ୍ୟରେ ଯଦି ଥିବ ତେବେ ଦିନେ ନା ଦିନେ ଆପଣଙ୍କ ଘରକୁ ଯାଇ ଖାଦ୍ୟ ଖାଇ ଆସିବି ।” ସୋନୁଙ୍କ ଏହି ଟ୍ୱିଟ୍ ରେ ଲୋକଙ୍କର ଖୁବ୍ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ତେବେ ଖାଲି ଏତିକି ନୁହଁ ମନିଷ୍ ଘରେ ସୋନୁଙ୍କ ଫଟୋ ରଖି ପୂଜା କରିବାର ଏକ ଭିଡିଓ ମଧ୍ୟ ସେୟାର୍ କରିଥିଲେ । ମା’ ଏବଂ ପୁଅକୁ ମିଶାଇପାରୁଥିବା ଲୋକକୁ ଭଗବାନ କହିବନି ତ ଆଉ କ’ଣ କହିବ କହି ମନିଷ୍ ତାଙ୍କ ଟ୍ୱିଟରରେ ଏହି ଭିଡିଓଟିକୁ ସେୟାର୍ କରିଥିଲେ ।

 

Comments are closed.