ରୋଷେୟା ସାଜିଲେ ଗରିବଙ୍କ ଭଗବାନ ସୋନୁ ସୁଦ୍ । ହାତରେ ବେଲେଣା କାଠି ଧରିଲେ… ତନ୍ଦୁରୀ ଆଞ୍ଚରେ ରୁଟି ସେକିଲେ…

94

କନକ ବ୍ୟୁରୋ: ମୋ ଠାରୁ ଭଲ ତନ୍ଦୁରୀ ରୁଟି କେହି ତିଆରି କରିପାରିବେନି । ଯଦି ଖାଇବାର ଅଛି ତା’ହେଲେ ସୋନୁ ସୁଦ୍ ଢାବାକୁ ଜଲଦି ଆସନ୍ତୁ । ହାତରେ ବେଲେଣା କାଠି ଧରି ଏକ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଦେଶବାସୀଙ୍କ ହୃଦୟର ହିରୋ ଗରିବଙ୍କ ଭଗବାନ ସୋନୁ ସୁଦ୍ ।

ସୋନୁ ସୁଦ୍ ନିଜ ଟ୍ୱିଟର ପେଜରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିଲେ ସେ ବେଲେଣା କାଠି ଧରି ରୁଟି ବେଲୁଛନ୍ତି । ରୁଟି ବେଲିବା ସହ ତନ୍ଦୁରୀ ଆଞ୍ଚରେ ନିଜ ହାତରେ ରୁଟି ମଧ୍ୟ ସେକୁଛନ୍ତି । ଆଉ ଏହି ଢାବାକୁ ଆସି ସବୁଠୁ ବେଷ୍ଟ ତନ୍ଦୁରୀ ରୁଟି ଖାଇକି ଯିବା ପାଇଁ କହୁଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ ହେଉଛି ।

କେବଳ ଏହି ଗୋଟିଏ ଭିଡିଓ ନୁହେଁ ସୋନୁ ପୂର୍ବରୁ ଦର୍ଜୀ ମଧ୍ୟ ବନିସାରିଛନ୍ତି । ଗତ କିଛି ଦିନ ପୂର୍ବରୁ ରାସ୍ତା କଡରେ ସିଲେଇ ମେସିନ୍ ଧରି ସୋନୁ ସିଲେଇ କରୁଥିବାର ନଜର ଆସିଥିଲେ । ଆଉ ମଜାଳିଆ ଢଙ୍ଗରେ ଲେଖିଥିଲେ ପ୍ୟାଣ୍ଟ ଜାଗାରେ ଯଦି ସର୍ଟ ବନିଯାଏ ସେଥିପାଇଁ ଆମେ ଦାୟୀ ରହିବୁନି ।

କେବେ ଦର୍ଜୀ ତ ଆଉ କେବେ ରୋଷେୟା… ସୋନୁଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ତେବେ ଆଗକୁ ଗରିବ ମଣିଷ ପାଇଁ ମସିହା ପାଲଟିଥିବା ସୋନୁ ଆଗକୁ କେଉଁ ଅନ୍ଦାଜରେ ନଜର ଆସିବେ ତାହା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ହିଁ ଜଣାପଡିବ ।

Comments are closed.