ସୋନୁଙ୍କୁ ମିଳିଥିଲା ସାଂସଦ ଅଫର... ହେଲେ କାହିଁକି ମନା କରିଥିଲେ, ପଢନ୍ତୁ

Advertisment
ସୋନୁଙ୍କୁ ମିଳିଥିଲା ସାଂସଦ ଅଫର... ହେଲେ କାହିଁକି ମନା କରିଥିଲେ, ପଢନ୍ତୁ

କନକ ବ୍ୟୁରୋ: ଟିକସ ଫାଙ୍କିଥିବା ଅଭିଯୋଗ ଆଧାରରେ ଗତ ସପ୍ତାହରେ ମୁମ୍ବାଇ ବାସଭବନ ଏବଂ କାର୍ୟ୍ୟାଳୟଗୁଡ଼ିକରେ ଚଢ଼ାଉ ଶେଷ ହେବା ପରେ ଆଜି ମୌନଭଙ୍ଗ କରିଥିଲେ ଅଭିନେତା ସୋନୁ ସୁଦ୍‌। ସବୁ ସମୟରେ ଜଣକୁ ନିଜ କଥା ନିଜକୁ କହିବାକୁ ପଡ଼େନାହିଁ। ସମୟ କହିବ ବୋ।ଲି ଟୁଇଟ୍‌ କରିଥିଲେ ସୋନୁ।

‌ତେବେ ଟିକସ ଫାଙ୍କିବା ନେଇ ଚର୍ଚ୍ଚାରେ ଥିବା ସୋନୁ ସୁଦ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଦୁଇଟି ଭିନ୍ନ ଦଳରୁ ରାଜ୍ୟସଭାକୁ ଯିବା ପାଇଁ ଆସିଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛି। ସେ ସମୟରେ ମାନସିକ ସ୍ତରରେ ମୁଁ ପ୍ରସ୍ତୁତ ନଥିଲି। ମୁଁ ବର୍ତ୍ତମାନ ମୋ ସ୍ଥାନରେ ଖୁସି ଅଛି। ଯେତେବେଳେ ବି ମୁଁ ପ୍ରସ୍ତୁତ ହେବି, ସେତେ‌ବେଳେ ମୁଁ ଚିତ୍କାର କରି କହିବି ଯେ ମୁଁ ପ୍ରସ୍ତୁତ ଅଛି। ଏବେ ମୁଁ ଲୋକଙ୍କ ସେବା କରିବା ଆରମ୍ଭ କରିଛି, ଯାହାକୁ ମୁଁ ଆଗକୁ ଜାରି ରଖିବି।

ଉଲ୍ଲେଖଯୋଗ୍ୟ, କୋଭିଡ୍‌ ସଙ୍କଟ ସମୟରେ ଲୋକୋପକାରୀ ଉଦ୍ୟମ କରି ଉଚ୍ଚ ପ୍ରଶଂସିତ ହୋଇଥିବା ୪୮ ବର୍ଷିୟ ଅଭିନେତା ସୋନୁ ୨୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ବୋଲି କ୍ରମାଗତ ୪ ଦିନ ଚଢ଼ାଉ ଓ ତଲାସ ପରେ ଆୟକର ବିଭାଗ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe