ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଘୋଷଣା: ‘ଦେଶ କା ମେଂଟର’ ମିଶନର ବ୍ରାଣ୍ଡ ଆମ୍ବାସାଡର ହେଲେ ଅଭିନେତା ସୋନୁ ସୁଦ୍ , ଛାତ୍ରଛାତ୍ରୀଙ୍କୁ ଦେବେ କରିଅର୍ ଟିପ୍ସ୍

137

କନକ ବ୍ୟୁରୋ: ଆପ୍ ସରକାରଙ୍କ ‘ଦେଶ କା ମେଂଟର’ ମିଶନରେ ଯୋଗଦେଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ଆଜି ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି ।  ଦଳ ଆରମ୍ଭ କରିଥିବାଏହି ମିଶନର ବ୍ରାଣ୍ଡ ଆମ୍ବାସାଡର ଭାବେ ସୋନୁ ସୁଦଙ୍କୁ ନିଯୁକ୍ତ କରାଯାଇଛି । ଦେଶର ବିଭିନ୍ନ ବିଦ୍ୟାଳୟ ଗୁଡିକୁ ଯାଇ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କ୍ୟାରିଅର ବାବଦରେ ଗାଇଡ କରିବେ । କେଜରୀୱାଲ ଓ ସୋନୁ ସୁଦ୍ ପରସ୍ପରର ଖୁବ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ସହ କୌଣସି ରାଜନୈତିକ ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି ।୨୦୨୦ ରେ କରୋନାର ଜରୁରୀକାଳୀନ ସ୍ଥିତିରୁ ଲୋକଙ୍କୁ ସୁରକ୍ଷିତ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଂଚାଇାବ ସହ ଆବଶ୍ୟକ ସହାୟତା ଯୋଗାଇଦେଇ ସୋନୁ ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ସମସ୍ତେ ‘ ପ୍ରବାସୀଙ୍କ ଦେବଦୂତ’ର ଆଖ୍ୟା ଦେଇଥିଲେ । ତାଙ୍କର ଏପରି ବଦାନ୍ୟତା ପାଇଁ ୟୁନାଇଟେଡ୍ ନେସନ୍ସ ଡେଭଲପମେଂଟ ପ୍ରୋଗ୍ରାମ ପକ୍ଷରୁ ତାଙ୍କୁ ‘ହ୍ୟୁମାନିଟାରିଆନ୍ ଆକ୍ସନ୍ ଆୱାର୍ଡ’ ଦିଆଯାଇଥିଲା । ତେଣୁ ଏପରି ଜଣେ ସହୃଦୟ ବ୍ୟକ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଆଦଶଁ ବୋଲି କହିଛନ୍ତି କେଜରୀୱାଲ ।