ୟୁକ୍ରେନରୁ ସାହାଯ୍ୟର ସ୍ୱର ଶୁଣି ଆଗେଇ ଆସିଲେ ସୋନୁ ସୁଦ୍ । ଫଶିରହିଥିବା ଛାତ୍ରଛାତ୍ରୀଙ୍କୁ ଦେଲେ ଏମିତି ବାର୍ତ୍ତା ।

ୟୁକ୍ରେନରୁ ସାହାଯ୍ୟର ସ୍ୱର ଶୁଣି ଆଗେଇ ଆସିଲେ ସୋନୁ ସୁଦ୍ । ଫଶିରହିଥିବା ଛାତ୍ରଛାତ୍ରୀଙ୍କୁ ଦେଲେ ଏମିତି ବାର୍ତ୍ତା ।

କନକ ବ୍ୟୁରୋ : ଯେବେ ଯେବେ ପଡେ ସାହାଯ୍ୟର ଆବଶ୍ୟକ..ସେବେ ସେବେ ସାମ୍ନାକୁ ଆସନ୍ତି ସମସ୍ତଙ୍କ ପ୍ରିୟ ସୋନୁ ସୁଦ୍ । କରୋନା ମହାମାରୀ ପାଇଁ ଯେତେବେଳେ ସାରା ଦେଶ ଲକଡାଉନର କଟକଣା ଭିତରେ କଷ୍ଟ ପାଉଥିଲା, ସେତେବେଳେ ଦେବଦୂତ ସାଜି ଗରିବ ଅସହାୟ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇଥିଲେ ସୋନୁ ସୁଦ୍ । ଆଉ ଏବେ ଯେତେବେଳେ ୟୁକ୍ରେନରେ ହଜାର ହଜାର ଭାରତୀୟ ଫସିରହିଛନ୍ତି, ଆଉ ସାହାଯ୍ୟ ଅପେକ୍ଷାରେ ଦିନ କାଟୁଛନ୍ତି, ସେତେବେଳେ ପୁଣି ଥରେ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ସୋନୁ ।

ୟୁକ୍ରେନ-ଋଷ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସିରହିଛନ୍ତି ହଜାର ହଜାର ଭାରତୀୟ । ସେମାନଙ୍କ ଭିତରୁ ଅନେକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଏବେବି ଅନେକ ଭାରତୀୟ ୟୁକ୍ରେନରେ ଆତଙ୍କ ଭିତରେ ଦିନ କାଟୁଛନ୍ତି । ଆଉ ସେମାନଙ୍କୁ କିଭଳି ସୁରକ୍ଷିତ ଭାରତ ଫେରାଇ ଅଣାଯିବ, ସେ ଦିଗରେ କାମ ଆରମ୍ଭ କରିଦେଇଛି ସୋନୁ ସୁଦଙ୍କ ସଂସ୍ଥା ସୁଦ୍ ଚାରିଟେବୁଲ ଟ୍ରଷ୍ଟ । କ୍ରମାଗତ ଭାବେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସହ ସମ୍ପର୍କରେ ରହିଛି ସୋନୁଙ୍କ ଟ୍ରଷ୍ଟ ।

ତେବେ ବର୍ତମାନ ସମୟରେ ଯୁଦ୍ଧଭୂମିରେ ଯିଏ ଯେଉଁଠି ଅଛନ୍ତି, ସେଇଠି ସୁରକ୍ଷିତ ରହିବାକୁ ୟୁକ୍ରେନରେ ଫସିରହିଥିବା ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୋନୁ ଅନୁରୋଧ କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ଯଦି ଛାତ୍ରମାନେ ଗୋଟିଏ ସ୍ଥାନରେ ରୁହନ୍ତି, ତେବେ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଭାରତୀୟ ଦୂତାବାସକୁ ସହଜ ହେବ । ତେବେ ଫସିରହିଥିବା ଛାତ୍ରଛାତ୍ରୀଙ୍କୁ ସୋନୁ ବାର୍ତ୍ତା ଦେଇଛନ୍ତି ଯେ, ଭାରତୀୟ ଦୂତାବାସ ସମସ୍ତ ଛାତ୍ରଙ୍କର ତଥ୍ୟ ନେଇ ସେମାନଙ୍କ ନିକଟରେ ପହଞ୍ଚିବାକୁ କ୍ରମାଗତ ଉଦ୍ୟମ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe