ସୋନୁଙ୍କ ନାଁ ନେଇ ସୋସିଆଲ୍ ମିଡିଆରେ ଟଙ୍କା ମାଗୁଛନ୍ତି ସାଇବର୍ ଠକ : ସତର୍କ କରାଇଲେ ଅଭିନେତା। କହିଲେ , କେହି ଟଙ୍କା ମାଗୁଥିଲେ ଥାନାରେ ଦିଅନ୍ତୁ ଏତଲା ।
ଲକଡ଼ାଉନ୍ ସମୟରେ ଘରଠାରୁ ଦୂରରେ ଫସିରହିଥିବା ପ୍ରବାସୀ ଶ୍ରମିକ ତଥା ଅନ୍ୟ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲୋକଙ୍କୁ ସତର୍କ କରାଇଛନ୍ତି । ସେ ଟ୍ୱିଟରରେ ଲୋକଙ୍କୁ ସତର୍କ କରାଇଛନ୍ତି । ସୋନୁଙ୍କ ନାଁରେ ଆକାଉଣ୍ଟ୍ ଖୋଲି ଟଙ୍କା ମାଗୁଥିବା ଅସାମାଜିକ ଲୋକଙ୍କ ଠାରୁ ଦୂରେଇ ରହିବାକୁ ସେ କହିଛନ୍ତି । ସେ ଟ୍ୱିଟ୍ କରି ଶ୍ରମିକଙ୍କୁ ନିଃଶୁଳ୍କରେ ସେବା ଯୋଗାଇଥିବା କଥା କହିଛନ୍ତି । ସୋନୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି , “ବନ୍ଧୁଗଣ , ଶ୍ରମିକଙ୍କୁ ଆମେ ଯେଉଁ ସେବା ଯୋଗାଉଛୁ ତାହା ସମ୍ପୁର୍ଣ୍ଣ ନିଃଶୁଳ୍କ ଅଟେ । ଯଦି ମୋ ନାଁ ନେଇ କୌଣସି ବ୍ୟକ୍ତି ଆପଣଙ୍କୁ ଟଙ୍କା ମାଗୁଛନ୍ତି ତେବେ ତାଙ୍କୁ ମନା କରନ୍ତୁ ଏବଂ ତୁରନ୍ତ ନିକଟସ୍ଥ ଥାନାରେ ରିପୋର୍ଟ କରନ୍ତୁ ।” ଏଠାରେ ଆପଣଙ୍କୁ କହିରଖୁଛୁ ଯେ ସୋନୁ ସ୍ୱୟଂ ଖର୍ଚ୍ଚରେ ବସର ଆୟୋଜନ କରୁଛନ୍ତି । ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କ ସହ ସଂପର୍କ କରି ସହାୟତା କରୁଛନ୍ତି ।
दोस्तों, जो भी सेवा हम श्रमिकों के लिए कर रहें हैं वो बिल्कुल निःशुल्क है. आपसे अगर कोई भी व्यक्ति मेरा नाम लेकर पैसे मांगे तो मना कर दीजिए और तुरंत हमें या करीबी पुलिस अफसर को रिपोर्ट कीजिए.❣️
— sonu sood (@SonuSood) May 31, 2020
ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ସବୁରି ମହଲରେ ପ୍ରଶଂସା କରାଯାଉଛି । ଲୋକେ ତାଙ୍କୁ ଗରିବଙ୍କ ମସିହା ବୋଲି ବି କହୁଛନ୍ତି । ତାଙ୍କର ଏହି କାମ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ସୋନୁଙ୍କୁ କାର୍ଯ୍ୟାଳୟ ଡକାଇଥିଲେ । ସେ କିଭଳି ଭାବେ ଲୋକଙ୍କୁ ଖାଦ୍ୟସାମଗ୍ରୀ ପହଁଚାଇବା ସହ ଘରକୁ ପଠାଇବାରେ ସହାୟତା କରୁଛନ୍ତି ତାହା ଜଣାଇଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ଅଭିନେତାଙ୍କ କାମର ଖୁବ୍ ପ୍ରଶଂସା କରିବା ସହ ତାଙ୍କୁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।
Comments are closed.