Zee News
ପୁଲଓ୍ଵାମା ଆକ୍ରମଣରେ ପୂରା ଦେଶର ରକ୍ତ ଗରମ ହୋଇ ରହିଥିବା ବେଳେ ଦେଶର ସେଲିବ୍ରେଟିମାନେ ନିଜ ନିଜର ମତ ରଖି ଚାଲିଛନ୍ତି। ବଲିଉଡର ଅନେକ ସେଲିବ୍ରେଟି ସୋସିଆଲ୍ ମିଡିଆରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଆକ୍ରମଣକୁ ନେଇ ଏକ ଅଭିମାନ ଭରା ଭିଡିଓ ପୋଷ୍ଟ୍ କରିଛନ୍ତି।
ଫେସବୁକରେ ସୋନୁ ନିଗମ ପୋଷ୍ଟ୍ କରିଥିବା ୧ ମିନିଟ୍ ୩୧ ସେକେଣ୍ଡର ଭିଡିଓରେ ସେ ଲୋକଙ୍କୁ ଧର୍ମ ନିରପେକ୍ଷ (ସେକୁଲାର୍) ହେବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛନ୍ତି। ସେ ଆହୁରି ବି କହିଛନ୍ତି କି ‘ସିଆରପିଏଫର କିଛି ଯବାନ ସହିଦ ହେବା ପରେ ଆପଣମାନେ ଖୁବ୍ ହୋହାଲ୍ଲା କରୁଛନ୍ତି। ସେ ୪୪ ହେଉ କି ୪୪୦, କିଛି ଲୋକ ତ ମରିଗଲେ। ସିଆରପିଏଫ୍ ଯବାନଙ୍କ ସହିଦ ହେବା ପରେ ଆପଣ କାହିଁକି ଦୁଃଖ କରୁଛନ୍ତି?’ ସେ ପୁଣି କହିଛନ୍ତି କି ଏପରି ଆକ୍ରମଣକୁ ନେଇ ଦୁଃଖ ମନାଇବା କାମ ଆପଣ ବିଜେପି, ଆରଏଏସ୍ ଓ ହିନ୍ଦୁବାଦୀ ସଂସ୍ଥାଙ୍କ ଉପରେ ଛାଡ଼ି ଦିଅନ୍ତୁ।
ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ଯବାନମାନେ ସହିଦ ହେବା ପରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ, ଆମୀର ଖାନ, ସଲମାନ ଖାନ, ଭିକି କୌଶଲ, ଅନୁପମ ଖେର୍, କରଣ ଜୋହର, ରଣବୀର ସିଂହ ଓ ଅକ୍ଷୟ କୁମାର ଏହାକୁ ନିନ୍ଦା କରି ସହିଦଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
Follow Us
/kanak/media/post_attachments/wp-content/uploads/2019/02/99-3-300x159.jpg)