ଆଇସିୟୁରେ ଭର୍ତ୍ତି ହେଲେ ଲୋକପ୍ରିୟ ଗାୟକ ସୋନୁ ନିଗମ୍ ! ଡାକ୍ତରଖାନା ବେଡରେ ଏଭଳି ଅବସ୍ଥାରେ ଦେଖିବାକୁ ମିଳିଲେ । 

ଆଇସିୟୁରେ ଭର୍ତ୍ତି ହେଲେ ଲୋକପ୍ରିୟ ଗାୟକ ସୋନୁ ନିଗମ୍ ! ଡାକ୍ତରଖାନା ବେଡରେ ଏଭଳି ଅବସ୍ଥାରେ ଦେଖିବାକୁ ମିଳିଲେ । 

ABP Live

ବିଶିଷ୍ଟ କଣ୍ଠଶିଳ୍ପୀ ତଥା ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଆଜି ଅସୁସ୍ଥ ହୋଇ ପଡ଼ିଛନ୍ତି। ଖାଦ୍ୟ ବିଷାକ୍ତଜନିତ କାରଣରୁ ସେ ଅସୁସ୍ଥ ହେବା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତି କରାଯାଇଛି। ଡାକ୍ତରଙ୍କ କହିବାନୁସାରେ ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ । ତେବେ ହସ୍ପିଟାଲରେ ଭର୍ତି ହୋଇଥିବା ବେଳର ଏକାଧିକ ଫଟୋକୁ ସେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଓଡ଼ିଶାର ଜୟପୁରରେ ଗତକାଲି ସେ କନସର୍ଟ ସାରି ମୁମ୍ବାଇ ଫେରିବା ପରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ୱାରା ତାଙ୍କର ଏଭଳି ଅବସ୍ଥା ହୋଇଛି। ଟ୍ରାକିଆ ଫୁଲିଯିବା କାରଣରୁ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।

publive-image

ସୋନୁ ନିଗମ ଏଥିପାଇଁ ୨ ଟି ଫଟୋ ସେୟାର୍ କରିଛନ୍ତି । ଯେଉଁଥିରେ ତାଙ୍କର ଗୋଟିଏ ଆଖି ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି । ଅନ୍ୟ ଏକ ଫଟୋରେ ସେ ଅକ୍ସିଜେନ୍ ମାକ୍ସ ଲଗାଇ ଡାକ୍ତରଖାନା ବେଡରେ ଶୋଇ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe