ରାସ୍ତାରେ ସୋନୁ ନିଗମ । ବେଶ ବଦଳାଇ ରାସ୍ତା ଉପରେ ଗୀତ ଗାଇଲେ ସୋନୁ ନିଗମ୍ । ତେବେ ସବୁଠାରୁ ମଜାକଥା ହେଉଛି ରାସ୍ତାରେ ଯାତାୟତ କରୁୁଥିବା ଲୋକେ ସୋନୁଙ୍କ ଭିକାରୀ ଭାବି ହାତରେ ଦେଇଛନ୍ତି ୧୨ଟଙ୍କା । ନିକଟରେ ମୁମ୍ବାଇ ଜୁହୁ ରୋଡରେ ସୋନୁଙ୍କ ସହ ଘଟିିଛି ଏହି ଆଶ୍ଚଯ୍ୟଜନକ ଘଟଣା । ଏକ ଭିଡିଓ ସୁଟ କରିବା ପାଇଁ ଏହି ପପୁଲାର ସିଙ୍ଗର ନିଜ ବେଶ ବଦଳାଇ ରାସ୍ତା ଉପରେ ଗାଉଥିବା ସମୟରେ ତାଙ୍କୁ କେହି ବି ଚିହ୍ନି ପାରିନଥିଲେ । ଏହାକୁ ନେଇ ସୋନୁ ନିଜ ଟୁଇଟର ପେଜରେ ପ୍ରତିକ୍ରିୟା ସେୟାର କରିଛନ୍ତିି ।
ସୋନୁଙ୍କୁ ୧୨ଟଙ୍କା ଭିକ୍ଷା
/kanak/media/post_attachments/wp-content/uploads/2016/05/sonu-nigam_sm_fb_650_051816010529.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)