କନକ ବ୍ୟୁରୋ: ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବଢିଚାଲିଛି କରୋନା, ଓ ତୃତୀୟ ଲହର ଓମିକ୍ରନ୍ । ଏଥିରୁ ବାଦ ପଡୁନାହାଁନ୍ତି ସେଲିବ୍ରିିଟି । ଏବେ କରୋନା ଜାଲରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ ପୁରା ପରିବାର । ଏହା ସେ ଦୁବାଇରେ ଥାଇ ଟେଷ୍ଟିଙ୍ଗରୁ ଜାଣିବା ପରେ ଇନଷ୍ଟାରେ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି ।

Advertisment

ଏବେ ଦୁବାଇରେ ଅଛନ୍ତି ସୋନୁ ନିଗମ ଓ ତାଙ୍କ ପରିବାର । ହେଲେ ସେଠାରେ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିବା ପରେ ଟେଷ୍ଟିଙ୍ଗ କରାଇଥିଲେ । ନିଜ ସହ ନିଜ ପତ୍ନୀ ଓ ପୁଅର କରୋନା ଟେଷ୍ଟିଙ୍ଗ ମଧ୍ୟ କରାଇଥିଲେ । ପତ୍ନୀ ମଧୁରିମା ଓ ପୁଅ ନେବାନଙ୍କ ସମେତ ନିଜେ କରୋନା ପଜିଟିଭ ଥିବା ଟେଷ୍ଟିଂରୁ ଜଣାପଡିଛି ।

କିଛି ରିଆଲିଟି ସୋ’ରେ ତାଙ୍କୁ ମୁଖ୍ୟ ବିଚାରକ ଭାବେ ନିମନ୍ତ୍ରଣ କରାଯାଇଥିଲେ ବି ସେ କରୋନା ଯୋଗୁଁ ଯୋଗ ଦେଇପାରୁନାହାଁନ୍ତି । ତାଙ୍କ ଅନୁପସ୍ଥିତି ଯୋଗୁଁ ଆୟୋଜନ ଅନେକ ଆର୍ଥିକ କ୍ଷତି ସହିଥିବା ସେ କହିଛନ୍ତି । ତେବେ ତାଙ୍କ ଚାରିପଟେ ଅନେକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଯଦିଓ ସେ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିଛି ବୋଲିି ସେ କହିଛନ୍ତି ।