ମହାମାରୀ ସମୟରେ ମାନବିକତା ହରାଉଛି ମଣିଷ : ସଂକ୍ରମଣ ଭୟରେ ଶବକୁ ଛୁଇଁଲେନି କେହି…ପିପିଇ କିଟ୍ ପିନ୍ଧି ୨ ପୁଅ କଲେ ବାପାଙ୍କ ଶବଦାହ

196

କନକ ବ୍ୟୁରୋ : ମହାମାରୀ ସମୟରେ ମାନବିକତା ହରାଉଛି ମଣିଷ । ସଂକ୍ରମଣ ଭୟରେ କରୋନା ଆକ୍ରାନ୍ତଙ୍କୁ ମିଳୁନି ଚାରିକାନ୍ଧ । ଶବ ସତ୍କାର କରିବା ପାଇଁ ପାଖକୁ ଆସୁ ନାହାନ୍ତି ସମ୍ପର୍କୀୟ । ଏଭଳି ଦୃଶ୍ୟ ଅନେକ ସ୍ଥାନରୁ ଆସୁଥିବା ବେଳେ ପୁଣି ଆଉ ଏକ ଚିତ୍ର ଆସିଛି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ରାଜପୁର ଗାଁରେ । ଗାଁର ରତ୍ନାକର ସାହୁ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଭାବି ଗାଁଲୋକ କି ସମ୍ପର୍କୀୟ ଚାରିକାନ୍ଧ ଦେବା ତ ଦୂରର କଥା କେହି ତାଙ୍କ ପାଖ ମାଡ଼ି ନଥିଲେ । ଶେଷରେ ତାଙ୍କ ୨ ପୁଅ ପିପିଇ କିଟ୍ ପିନ୍ଧି ଏକ ଗାଡ଼ିରେ ତାଙ୍କ ଶବକୁ ସତ୍କାର ପାଇଁ ନେଇଥିଲେ ।