ହରିୟାଣାରେ ଅଘଟଣ: ଖସିପଡିଲା ସ୍କୁଲ ଛାତ, ୨୫ ଛାତ୍ରଛାତ୍ରୀ ଆହତ

Advertisment
ହରିୟାଣାରେ ଅଘଟଣ: ଖସିପଡିଲା ସ୍କୁଲ ଛାତ, ୨୫ ଛାତ୍ରଛାତ୍ରୀ ଆହତ

କନକ ବ୍ୟୁରୋ: ହରିୟାଣାର ସୋନିପଥରେ ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ ଥିବା ଏକ ସ୍କୁଲ ଛାତ ଖସିପଡିବାରୁ ପ୍ରାୟ ୨୫ ଛାତ୍ରଛାତ୍ରୀ ଆହତ ହୋଇଛି । ଆହତ ଛାତ୍ରଛାତ୍ରୀଙ୍କୁ ପିଜିଆଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଛାତ୍ରଛାତ୍ରୀଙ୍କ ସମେତ ଦୁଇ ଜଣ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି ।

ପ୍ରଥମେ ଆହତ ଛାତ୍ରଛାତ୍ରୀଙ୍କ ଉଦ୍ଧାର କରାଯ୍ଧବ ଗନ୍ନୌର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ୫ ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ହେବାରୁ ସେମାନଙ୍କୁ ପିଜିଆଇରେ ଭର୍ତ୍ତି କରାଯାଇଛି ।

ହେଲେ ଛାତ କିପରି ଖସିପଡିଲା ସେନେଇ କୌଣସି ସ୍ପଷ୍ଟ ଖବର ସାମ୍ନାକୁ ଆସିନାହିଁ । ତେବେ ଏହି ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । କିପରି ଛାତ ଖସିଲା ସେନେଇ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe