ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ । କହିଲେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଅଣାଯାଉ ବ୍ଲାକ ଫଙ୍ଗସ 

212

କନକ ବ୍ୟୁରୋ: ଦେଶରେ କରୋନା ସମୟରେ ଚିନ୍ତା ବଢାଇଲାଣି ବାକ୍ ଫଙ୍ଗସ । ସାରା ରାଜ୍ୟରେ ବର୍ତମାନ ୧୦ ହଜାର ଆଗଡୁ ମୁହାଁଉଛି ଏହି ମାରାତ୍ମକ ରୋଗର ଆକ୍ରାନ୍ତ ସଂଖ୍ୟା । ଏପରି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି , ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ଦେଶର ସମସ୍ତ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ସହିତ , ଔଷଧ ଅଭାବ ଦୂର କରିବାକୁ ମୋଦୀଙ୍କୁ ଚିଠି ଲେଖିଛନ୍ତି ସୋନିଆ ।

ଏପରି ସମୟରେ ଦେଶର ୧୧ ଟି ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରି ସାରିଲେଣି । ଦିଲ୍ଲୀରୁ ମହାରାଷ୍ଟ୍ର, ଗୁଜରାଟରୁ ଓଡିଶା , ବର୍ତମାନ ସବୁ ରାଜ୍ୟରେ କୋଭିଡ ହସ୍ପିଟାଲ ଗୁଡିକରେ ଚିହ୍ନଟ ହେଲେଣି ବ୍ଲାକ ଫଙ୍ଗସ ଆକ୍ରାନ୍ତ ରୋଗୀ । କରୋନା କାଳରେ ବର୍ତମାନ ଏପରି ସମୟରେ ଏକ ଆଂଟି ଫଙ୍ଗାଲ ଔଷଧର ଚାହିଦା ମଧ୍ୟ ବଢିବାରେ ଲାଗିଛି । ଏପରି ସମୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ୨୩ ହଜାର ୬୮୦ ଅତିରିକ୍ତ ଭାଏଲ ଏମ୍ଫୋଟୋରୀସିନ୍ ବି ଯୋଗାଇ ଦିଆଯାଇଛି ।

ଏହାରି ଭିତରେ ଦେଶରେ ବ୍ଲାକ ଫଙ୍ଗସର ସଂକ୍ରମଣ ବଢିବାକୁ ନେଇ ଚିନ୍ତା ପ୍ରକଟର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୋନିଆ ।

ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି

-ଦେଶରେ ଚିନ୍ତା ବଢାଇଲାଣି ବ୍ଲାକ ଫଙ୍ଗସର ସଂକ୍ରମଣ ବୃଦ୍ଧି

-ବ୍ଲାକ ଫଙ୍ଗସ ସଂକ୍ରମଣକ ୁମହାମାରୀ ଘୋଷଣା କରାଯାଉ

-ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଦିଆଯାଉ ଚିକିତ୍ସା ସୁବିଧା

– ଅନ୍ୟ ସରକାରୀ ସ୍ୱାସ୍ଥ୍ୟ ଇନସୁରାନ୍ସ ଅଧିନରେ ରଖାଯାଉ ଫଙ୍ଗସ ଚିକିତ୍ସା

-ବ୍ଲାକ ଫଙ୍ଗସକୁ ମହାମାରୀ ତାଲିକାରେ ରଖି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉ

– ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କୁ ଦିଆଯାଉ ମାଗଣା ଚିକିତ୍ସା ସୁବିଧା

– ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଅଭାବ ତୁରନ୍ତ ଦୂର କରାଯାଉ

ପ୍ରଧାନମନ୍ତ୍ରୀ ମୋଦୀ ବ୍ଲାକ ଫଙ୍ଗସକୁ ଆଉ ଏକ ନୂଆ ଚ୍ୟାଲେଂଜ ବୋଲି କହିବା ପରଦିନ ସୋନିଆ ଗାନ୍ଧି ଚିଠି ଲେଖିଛନ୍ତି ।

ସେପଟେ ବ୍ଲାକ ଫଙ୍ଗସ ସଂକ୍ରମଣ ବୃଦ୍ଧିକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରି ଟୁଇଟ୍ କରିଛନ୍ତି ରାହୁଲ ଗାନ୍ଧି । କହିଛନ୍ତି ମୋଦୀ ସରକାରର କୁଶାସନରେ କରୋନା ସହିତ ବ୍ଲାକ ଫଙ୍ଗସ ବି ବଢୁଛି । ଟିକା ତ କମ୍ ଅଛି, ଏହି ନୂଆ ମହାମାରୀର ଔଷଧର ବି ଅଭାବ ଅଛି । ଏହାକୁ ମୁକାବିଲା କରିବାକୁ ମୋଦୀ ଏବେ ତାଳି-ଥାଳି ବଜାଇବାକୁ କହିବାକୁ ଯାଉଥିବେ ।