ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିଠି । ସଂକଟ ସମୟରେ ବ୍ୟବସାୟୀଙ୍କୁ ଲାଭ ଦେଉଛନ୍ତି କେନ୍ଦ୍ର ସରକାର । ଗୋଟିଏ ଭ୍ୟାକ୍ସିନର କେମିତି ରହିବ ୩ ଟି ଦାମ ?

165

କନକ ବ୍ୟୁରୋ : କରୋନା ବିରୋଧ ଲଢେଇରେ ଟିକାକରଣର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତି ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀ ଲେଖିଥିବା ଚିିଠିରେ ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ପ୍ରଶ୍ନ ପଚରାଯାଇଛି । କହିରଖୁ କି କିଛିଦିନ ତଳେ କୋଭିସିଲ୍ଡ ଟିକାକୁ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଦର ଧାର୍ଯ୍ୟ କରିଥିଲେ । କୋଭିସିଲ୍ଡ ଟିକାର ଗୋଟିଏ ଡୋଜ ପାଇଁ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କା, ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ୬୦୦ ଟଙ୍କ ଦେବାକୁ ହେବ ବୋଲି ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।

ସୋନିଆ ଗାନ୍ଧୀ ତାଙ୍କ ଚିଠିରେ କହିଛନ୍ତି କି, ଯେତେବେଳେ ହସ୍ପିଟାଲରେ ବେଡର ଅଭାବ, ଅକ୍ସିଜେନର ଅଭାବ ସେତେବେଳେ ସରକାର ଲାଭଖୋର ମନୋଭାବ ପୋଷଣ କରୁଛନ୍ତି । ଗୋଟିଏ ଟିକାର ଏଭଳି ଭିନ୍ନ ଭିନ୍ନ ଦାମ ଫଳରେ ସାଧାରଣ ଲୋକଙ୍କ ଉପରେ ସିଧା ପ୍ରଭାବ ପଡିବ । କେନ୍ଦ୍ର ସରକାର ତୁରନ୍ତ ଏଭଳି ନୀତିକୁ ପ୍ରତ୍ୟାହାର କରିବାକୁ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୋନିଆ ଗାନ୍ଧୀ ।