ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ବିତର୍କ : କଂଗ୍ରେସ ପକ୍ଷରୁ ନେତୃତ୍ୱ ନେବେ ସୋନିଆ ଗାନ୍ଧୀ

93

କନକ ବ୍ୟୁରୋ : ମହିଳା ସଂରକ୍ଷଣ ବିଲ ଉପରେ ଆଜି ସଂସଦରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । କଂଗ୍ରେସ ଦଳର ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବିତର୍କର ନେତୃତ୍ୱ ନେବେ । ଲୋକସଭାରେ ହେବାକୁ ଥିବା ଏହି ବିତର୍କରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଭାଷଣ ରଖିବା ନେଇ ସୂଚନା ମିଳିଛି । ଦିନ ୧୧ଟାରେ ଏହା ଉପରେ ଆଲୋଚନା ହେବ । ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖୁଥିବା ଏହି ବିଲ ଆଜି ଲୋକସଭାରେ ଆଗତ ହେବ ।

ସୋମବାର କେନ୍ଦ୍ର କ୍ୟାବିନେଟରେ ଏହି ବିଲ ପାରିତ ହୋଇଥିଲା । ମଙ୍ଗଳବାର କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ନୂଆ ସଂସଦ ଭବନର ପ୍ରଥମ ଅଧିବେସନରେ ଏହି ବିଲ ଆଗତ କରିଥିଲେ । ଏହି ବିଲର ନାମ ରହଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ଅନ୍ୟପଟେ ମହିଳା ବିଲରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି ନେଇ ଚର୍ଚ୍ଚା ବଢିଛି । ୧୯୯୬ରେ ଓବିସି ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଥିଲା । ସଂରକ୍ଷଣ ମଧ୍ୟରେ ଏଭଳି ଓବିସି ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ବୋଲି ଗୋଟିଏ ବର୍ଗର ଦୃଢ଼ ମତ ରହିଛି ।