ସାଂଦସକୁ ନେଇ ବୈଠକ କରିବେ ସୋନିଆ ଗାନ୍ଧୀ । ସଂସଦର ପାର୍ଲେମେଣ୍ଟାରୀ ହଲରେ ବସିବ ବୈଠକ

138

କନକ ବ୍ୟୁରୋ : ଆଜି ଦଳର ଲୋକସଭା ଏବଂ ରାଜ୍ୟସଭା ସାଂସଦଙ୍କୁ ନେଇ ବୈଠକ କରିବେ କଂଗ୍ରେସ ସଭାପତି ତଥା ସାଂସଦ ସୋନିଆ ଗାନ୍ଧୀ । ସଂସଦର ପାର୍ଲେମେଣ୍ଟାରୀ ହଲରେ ସକାଳ ୯ଟା ୩୦ରେ ଏହି ବୈଠକ ବସିବ । ରାହୁଲ ଗାନ୍ଧୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ଗତ ଅଧିବେଶନରେ ଅଶୋଭନୀୟ ଆଚରଣ ଏବଂ ବିଶୃଙ୍ଖଳା କାରଣ ଦର୍ଶାଇ ରାଜ୍ୟସଭାରୁ ବିରୋଧୀ ଦଳର ୧୨ ସାଂସଦ ନିଲମ୍ବିତ ହୋଇଛନ୍ତି ।

ଏହାକୁ ସମର୍ଥନ କରୁଛି କଂଗ୍ରେସ । ଆଜି ଏହାକୁ ସମର୍ଥନ କରି କଂଗ୍ରେସର ସମସ୍ତ ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୂମୂର୍ତି ତଳେ ଧାରଣା ଦେଇପାରନ୍ତି । ନିଲମ୍ବିତ ସାଂସଦ ମାନେ ମଧ୍ୟ ଏହିଠାରେ ଧାରଣା ଦେଇ ପ୍ରତିବାଦ କରୁଛନ୍ତି । କଂଗ୍ରେସ ସାଂସଦ ମଲ୍ଲାକୁର୍ଜନ ଖାଡଗେ ସରକାରଙ୍କ ଏପରି ନିଷ୍ପତିକୁ ଭୁଲ୍ ବୋଲି କହିଛନ୍ତି । ସଂସଦରେ ଯାହା ହୋଇଥିଲା ସେଥିପାଇଁ ଶାସକ ଦଳ ଦାୟୀ ବୋଲି ସୋମବାର ଖାଡଗେ କହିଥିଲେ ।