ଶାହାଙ୍କ ଉପରେ ସୋନିଆଙ୍କ ସାଙ୍ଘାତିକ ହମଲା । ଲୋକଙ୍କ ଆକ୍ରୋଶକୁ ସାମ୍ନା କରିବାକୁ ଶାହାଙ୍କ ସାହସ ନାହିଁ । ଡରିଗଲେ, ଗସ୍ତ ବାତିଲ କଲେ

609

କନକ ବ୍ୟୁରୋ: ନାଗରିକତା ଆଇନ ବିରୋଧରେ ଦେଶବ୍ୟାପୀ ନିଆଁ ଜଳୁଛି । ଗତ ତିନି ଚାରି ଦିନ ହେବ ବିଭିନ୍ନ ରାଜ୍ୟରେ ପ୍ରତିବାଦର ବହ୍ନି ହୁତୁହୁତୁ ହୋଇ ଜଳୁଛି । ଆସାମ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ କାଲି ଦିଲ୍ଲୀରେ ଜୋର ଧରିଥିଲା ପ୍ରତିବାଦ । ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢୁଥିବା ବେଳେ ଥମିବାର ନାଁ ନେଉ ନାହିଁ ।

ସେପଟେ ଆଇନ ବିରୋଧରେ ଲୋକଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବିରୋଧୀ । ବିଭିନ୍ନ ରାଜ୍ୟର ବିରୋଧୀ ଦଳ ଆହାକୁ ତୀବ୍ର ବିରୋଧ କରୁଥିବା ବେଳେ କଂଗ୍ରେସ କରିଛ ବଡ ପ୍ରତିବାଦ । ଦୁଇ ଦିନ ତଳେ ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ଭାରତ ବଞ୍ଚାଅ ରାଲି କରି ମୋଦି ସରକାରଙ୍କ ବିରୋଧରେ ସ୍ୱର ଶାଣିତ କରିଥିଲା । କଂଗ୍ରେସ କର୍ମୀ ଓ ନେତା ଏକାଠି ହୋଇ ମୋଦି ସରକାରଙ୍କ ମନମାନି ଉପରେ ରଣ ହୁଙ୍କାର ଦେଉଥିଲେ ।

ତେବେ ଆଇନକୁ ବିରୋଧ କରି ମୋଦି ଶାହାଙ୍କ ଉପରେ ସାଙ୍ଘାତିକ ହମଲା କରିଛନ୍ତି ସୋନିଆ ଗାନ୍ଧୀ । ଉତ୍ତରପୂର୍ବ ଭାରତରେ ଯେଉଁ ବିଦ୍ରୋହର ନିଆଁ ଜଳୁଛି ସେଥିପାଇଁ ମୋଦି ସରକାର ଦାୟୀ କହି ସୋନିଆ ସମାଲୋଚନା କରିଛନ୍ତି । ଲୋକଙ୍କ ଆକ୍ରୋଶ ଦେଖି ଶାହା ସେଠାକୁ ଯିବାକୁ ସାହସ ଯେ ।ଗାଡ କରି ପାରୁନାହାନ୍ତି । ଉତ୍ତର ପୂର୍ବକୁ ଶାହା ରବିବାର ଗସ୍ତ କରିବାର ଥିଲା ହେଲେ ଲୋକଙ୍କ ଅସନ୍ତୋଷ ଦେଖି ଶାହା ସାହସ ଜୁଟାଇ ପାରିଲେନି ଆଉ ଗସ୍ତକୁ ରଦ୍ଦ କଲେ ।

ସେପଟେ ମୋଦି ସରକାରଙ୍କ ଉପରେ ବି ଧୁମ ବର୍ଷିଛନ୍ତି ସୋନିଆ । ଦେଶ ଓ ଦେଶବାସୀଙ୍କୁ ସୁରକ୍ଷା ଦେବା ସରକାରଙ୍କ କାମ ହେଲେ ବିଜେପି ସରକାର ତାହା କରିବାରେ ବିଫଳ ହୋଇଛି । ଶାନ୍ତି ଦେବା ବଦଳରେ ଲୋକଙ୍କ ଉପରେ ହମଲା କରୁଛି କହିଲେ ସୋନିଆ ।