ୟୁପିଏ ଚେୟାରପର୍ସନ୍ ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବାକ୍ୟ ବାଣପ୍ରହାର କରିଛନ୍ତି । ସେ କହିଛନ୍ତି ଯେ ଲୋକଙ୍କୁ ଭୁଆଁ ବୁଲାଇବା ଏବଂ ଡରାଇବା ହେଉଛି ମୋଦି ସରକାରଙ୍କ କାମ । ଏହି ସରକାର ନିଜ ପାରଦର୍ଶିତା ଏବଂ ସତକୁ ଲୁଚାଇବାକୁ ବହୁତ ଚେଷ୍ଟା କରୁଛି । ଏହି ୫ ବର୍ଷ ଭିତରେ ସରକାର ଅପ୍ରତ୍ୟାଶିତ ଭାବେ ତଥା ଆର୍ଥୀକ ଏବଂ ସାମାଜିକ ସ୍ତରରେ ଲୋକଙ୍କୁ ଚିନ୍ତାଗ୍ରସ୍ତ କରାଇ ଆସିଛି । ସୋନିଆ ବୁଧବାର କଂଗ୍ରେସ ସଂସଦୀୟ ଦଳ (ସିପିପି) ର ବୈଠକକୁ ସଂବୋଧିତ କରୁଥିଲେ । ଏହି ସମୟରେ ସେ ଏଭଳି କିଛି କଥା କହିଥିଲେ । ଏହି ସଭାରେ ସୋନିଆଙ୍କ ସମେତ ରାହୁଲ ଗାନ୍ଧୀ,ଗୁଲାମ ନବି ଆଜାଦ୍ , ମଲ୍ଲିକାର୍ଜ୍ଜୁନ୍ ଖଡଗେ ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତା ବି ସାମିଲ୍ ଥିଲେ ।
“Bluff, bluster and intimidation have been the governance philosophy of the Modi government.”
“Truth and transparency have been brazenly tossed aside.”
“Last five years have been a time of unprecedented economic stress and social strain”
Smt. Sonia Gandhi at CPP meeting today. pic.twitter.com/XtW68X8CrI
— Randeep Singh Surjewala (@rssurjewala) February 13, 2019
ଏହି ସଭାରେ ସୋନିଆ କହିଥିଲେ ଯେ, ‘ମୋଦି ସରକାର ଦେଶର ଲୋକତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ଢାଞ୍ଚା ଏବଂ ସମ୍ବିଧାନ ଉପରେ ଲଗାତାର ପ୍ରହାର କରି ଆସୁଛନ୍ତି । ସଂସ୍ଥାକୁ ସେ ଟାର୍ଗେଟ୍ କରିଆସୁଛନ୍ତି । ରାଜନୈତିକ ବିରୋଧିଙ୍କୁ ବିରକ୍ତ କରାଉଛନ୍ତି । ଅସହମତିକୁ ଦବାଇବା ପାଇଁ ଚେଷ୍ଟା କରି ଆସୁଛନ୍ତି । ମତ ବ୍ୟକ୍ତ କରିବାର ସ୍ୱାଧୀନତାକୁ ଦବାଇବାକୁ ଚେଷ୍ଟା କରୁଛନ୍ତି । ଶାସନ ଚଳାଇଆସୁଥିବା ଲୋକଙ୍କ ଠାରୁ ଭିନ୍ନ ରାୟ ରଖିବା ପାଇଁ ବିରକ୍ତ କରାଯାଇ ଆସୁଅଛି । ସେ କହିଛନ୍ତି ଯେ କଂଗ୍ରେସ ପାର୍ଟି ବିଜେପିକୁ ସିଦ୍ଧାନ୍ତର ଲଢେଇରେ ହରାଇବାକୁ ଚେଷ୍ଟା କରୁଛନ୍ତି । ରାହୁଲ କହିଛନ୍ତି ଯେ କଂଗ୍ରେସ ଏକମାତ୍ର ପାର୍ଟି ଯେ ସଂପୂର୍ଣ୍ଣ ଦେଶକୁ ଏକ ମାନି କାମ କରୁଛି । ଏହି ବୈଠକକୁ ସମ୍ବୋଧିତ କରିବାକୁ ଯାଇ ରାହୁଲ ବେରୋଜଗାରୀ,ନୋଟବନ୍ଦୀ ଏବଂ ରାଫେଲ୍ ମାମଲାରେ ମୋଦିଙ୍କୁ ପ୍ରହାର କରିଥିଲେ ।
“Congress Party is defeating the BJP in ideological fight as also the daily discourse”
“Congress is the only party that speaks for the entire country as a united entity”
“Unemployment, Demo Scam & Rafale corruption have undermined Modi Govt’s credibility”
Rahul ji at CPP today pic.twitter.com/DtevBIKKIj
— Randeep Singh Surjewala (@rssurjewala) February 13, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/734932-modi-rhaul-sonia.jpg)