କନକ ବ୍ୟୁରୋ: ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ସୋନିଆ ଗାନ୍ଧୀ । ଆଜି କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଥିଲା । ବୈଠକରେ କଂଗ୍ରେସର ନବ ନିର୍ବାଚିତ ୫୨ ଜଣ ସାଂସଦ ଯୋଗଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଂସଦୀୟ ଦଳ ନେତା ପାଇଁ ସୋନିଆଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଏହା ପରେ ସର୍ବସମ୍ମତି କ୍ରମେ ସୋନିଆ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Advertisment

ଏହା ପରେ ସୋନିଆ କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଦେଶର ସାଢେ ୧୨ କୋଟି ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ଦଳ ଉପରେ ବିଶ୍ୱାସ ସ୍ଥାପନା କରିଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେବାଲ ଟୁଇଟ ଯୋଗେ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି ।

publive-image

ଗତ ଲୋକସଭା ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ କରୁଥିବା କଂଗ୍ରେସ ଏକ ବଡ ଧରଣ ସଂସ୍କାର କରିବା ସମ୍ଭାବନା ରହିଥିବା କୁହାଯାଉଛି । ପୂର୍ବରୁ ଅଧ୍ୟକ୍ଷ ପଦ ଛାଡିବା ପାଇଁ ରାହୁଲ ଗାନ୍ଧି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଦଳୀୟ ନେତା ଏହାକୁ ଗ୍ରହଣ କରି ନାହାନ୍ତି, ବରଂ ବିଭିନ୍ନ ପିସିସିରେ ରାହୁଲଙ୍କ ଅଧ୍ୟକ୍ଷତା ନେଇ ପ୍ରସ୍ତାବ ପାରିତ ହୋଇଛି ।