କଂଗ୍ରେସ ପାର୍ଟି ରାଜନୈତିକ ମଇଦାନ ଇତିହାସରେ ଲଗାତାର ୨ ଟି ହାର ପରେ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି । ଅନ୍ୟପକ୍ଷରେ ଏଭଳି ପରିସ୍ଥିତିରୁ ବାହାରକୁ ବାହାରିବା ପାଇଁ ପାର୍ଟି କାର୍ଯ୍ୟକର୍ତ୍ତା ଜୋରସୋରରେ ଲାଗିପଡିଛନ୍ତି । ଏପଟେ ଲୋକସଭା ସଂସଦ ମଧ୍ୟ ଆରମ୍ଭ ହୋଇଗଲାଣି । ଏହିମଧ୍ୟରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏକ ପୋଷ୍ଟର୍ ବାହାର କରିଛନ୍ତି । ଯେଉଁଥିରେ ୟୁପିଏ ଚେୟାରପର୍ସନ୍ ତଥା ପୂର୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ତୁଳନା ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ତୁଳନା କରାଯାଇଛି ।
ଏହି ପୋଷ୍ଟର ପ୍ରୟାଗରାଜ କଂଗ୍ରେସ କାର୍ଯ୍ୟକର୍ତ୍ତା ହସିବ୍ ଅହମ୍ମଦ ବାହାର କରିଛନ୍ତିି । ପୋଷ୍ଟରରେ ସୋନିଆଙ୍କୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଚିତ୍ର ସହ ଦର୍ଶାଯାଇଛି । ପୋଷ୍ଟରରେ ସୋନିଆଙ୍କ ବ୍ୟତିତ ରାହୁଲ-ପ୍ରିୟଙ୍କା-ରାଜୀବ-ଇନ୍ଦିରା ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟରରେ ଖୁବ୍ ଭଲ ସ୍ଲୋଗାନ୍ ମଧ୍ୟ ଲେଖାହୋଇଛି । ପ୍ରୟାଗରାଜରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସହ ପୋଷ୍ଟରବଏ ଭାବେ ପରିଚିତ ହସିବ୍ ଅହମ୍ମଦ ସବୁବେଳେ ନିଜ ଦ୍ୱାରା ପ୍ରସ୍ତୁତ ପୋଷ୍ଟରକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/Capture-17.jpg)
/kanak/media/post_attachments/wp-content/uploads/2019/06/sonia-poster_061819091134-240x300.jpg)