କରୋନା ମହାମାରୀ ଓ ଚାଷୀଙ୍କ ଆନ୍ଦୋଳନକୁ ଦେଖି କଂଗ୍ରେସ ଅଧ୍ୟକ୍ଷାଙ୍କ ନିଷ୍ପତି: ଡିସେମ୍ବର ୯ରେ ଜନ୍ମଦିନ ପାଳିବେନି ସୋନିଆ ଗାନ୍ଧୀ

୭୪ ତମ ଜନ୍ମଦିନ ନପାଳିବାକୁ କର୍ମୀ, ନେତା ଓ ଶୁଭେଚ୍ଛୁଙ୍କୁ ଅନୁରୋଧ

189

କନକ ବ୍ୟୁରୋ: ଜନ୍ମଦିନ ପାଳିବେ ନାହିଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଡିସେମ୍ବର ୯ ତାରିଖରେ ୭୪ତମ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି ସୋନିଆ । ସାରାଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବାବେଳେ ହଜାର ହଜାର କୃଷକ କେନ୍ଦ୍ର କୃଷି ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ।

ଶୀତ କାକରରେ ସେମାନେ ଦିନରାତି ଆନ୍ଦୋଳନ କରୁଥିବାରୁ ନୈତିକ ସମର୍ଥନ ଜଣାଇ ସୋନିଆ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁ ମାନଙ୍କୁ ଜନ୍ମଦିନ ପାଳନ ନକରିବାକୁ ଅନୁରୋଧ କରାଯାଇଛି ।