କନକ ବ୍ୟୁରୋ : ସମସ୍ତ କଳ୍ପନା, ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ରାଜସ୍ଥାନରୁ ନୂଆ ଯାତ୍ରା ଆରମ୍ଭ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରେ ରାଜ୍ୟସଭା ଯିବେ ସୋନିଆ ଆଉ ଏଥିପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ସମର୍ଥକଙ୍କ ଗହଣରେ ଜୟପୁରରେ ପହଂଚିଥିଲେ ସୋନିଆ । ୧୯୯୮ରୁ ୨୦୨୨ ଯାଏଁ ପ୍ରାୟ ୨୨ ବର୍ଷ କଂଗ୍ରେସ ସଭାପତି ଥିଲେ ସୋନିଆ । ଲୋକସଭାରୁ ୫ ଥର ସାଂସଦ ମଧ୍ୟ ହୋଇଛନ୍ତି ।

Advertisment

ୟୁପିଏ ସରକାର ସମୟରେ ସୋନିଆ ନ୍ୟାଶନାଲ କଂଗ୍ରେସର ଅଧ୍ୟକ୍ଷ ଭାବେ ରାଜସ୍ଥାନରେ ରିଫାଇନାରୀ, ମେଟ୍ରୋ ଭଳି ବଡ ପ୍ରକଳ୍ପ ଆଣିବା ଏବଂ କେନ୍ଦ୍ରରୁ ସହଯୋଗ ପାଇବା ପାଇଁ ରାଜସ୍ଥାନରେ ଜୋରଦାର ପ୍ରୟାସ କରିଥିଲେ । ରାଜସ୍ଥାନରେ ର୍ଦୁଭିକ୍ଷ ସମୟରେ ୩ ଦିନ ନିଜେ ଗାଡ଼ି ଚଳାଇ ୯ଟି ପ୍ରଭାବିତ ଜିଲ୍ଲା ବୁଲିଥିଲେ ରାଜୀବ ଗାନ୍ଧୀ । ସେତେବେଳେ ତାଙ୍କ ସହ ରହି ଲୋକଙ୍କ ଦୁଃଖ ବୁଝିଥିଲେ ସୋନିଆ । ଆଉ ଆଜି ରାଜସ୍ଥାନରୁ ରାଜ୍ୟସଭାର ଯାତ୍ରା ପୁରୁଣା ସ୍ମୃତିକୁ ତାଜା କରିଥିବା କହିଛନ୍ତି ର୍ପୂବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଚର୍ଚ୍ଚା ହେଉଛି ସୋନିଆ ରାଜ୍ୟସଭା ଯିବା ପରେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ନିଜ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ପାଇଁ ଛାଡିଛନ୍ତି । ଯଦି ଚର୍ଚ୍ଚା ସତ ହୁଏ ତେବେ ପ୍ରଥମ ଥର ପାଇଁ ପ୍ରିୟଙ୍କା ପ୍ରତ୍ୟେକ୍ଷ ନିର୍ବାଚନକୁ ଓହ୍ଲାଇବେ ଓ ଲଢ଼ିବେ ।

କଂଗ୍ରେସ ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଓ ହିମାଚଳପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ରାଜସ୍ଥାନରୁ ସୋନିଆ ଗାନ୍ଧୀ,ବିହାରରୁ ଅଖିଳେଶ ପ୍ରସାଦ ସିଂ, ହିମାଚଳରୁ ଅଭିଷେକ ମନୁ ସିଂଘବୀ ଓ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛ