କନକ ବ୍ୟୁରୋ : ଗାନ୍ଧୀ ପରିବାର ତଥା କଂଗ୍ରେସ ନେତୃତ୍ୱଙ୍କ ପାଇଁ ଏବେ ନ୍ୟାସନାଲ ହେରାଲ୍ଡ ମାମଲା ଅଡୁଆ ସାଜିଛି । ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖା ପାଖି ୨ ଘଣ୍ଟା ଧରି ପଚରା ଉଚରା କରିବା ପରେ ପୁଣି ୨୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ।

Advertisment

ସେପଟେ ଜାତୀୟ ଯାଂଚ ଏଜେନ୍ସିକୁ ବିଜେପି ନିଜ ସ୍ୱାର୍ଥରେ ବ୍ୟବହାର କରୁଥିବା ଅଭିଯୋଗରେ ଜାତୀୟ କଂଗ୍ରେସ ପକ୍ଷରୁ ଆଜି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି କି, ସମାନ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୋନିଆ ଗାନ୍ଧୀଙ୍କୁ ଜେରା କରିବାର କିଛି ଆବଶ୍ୟକତା ନଥିଲା । ଗୋଟିଏ ମାମଲାରେ ଗୋଟିଏ ପରିବାରର ଦୁଇଜଣଙ୍କୁ ଜେରା କରିବା କେଉଁ ନ୍ୟାୟର ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଆଜି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ହାଜର ହେବା ପୂର୍ବରୁ ଏକ ନୂଆ ସମିକରଣ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଜାତୀୟ ଯାଂଚ ଏଜେନ୍ସର ଦୂରୋପଯୋଗ କରୁଥିବା ନେଇ ୧୩ ଟି ବିରୋଧୀ ଦଳ କଂଗ୍ରେସ ଅଧ୍ୟକ୍ଷତାରେ ଏକ ବୈଠକ କରିଥିଲେ । ସବୁଠାରୁ ବଡକଥା କି ଏହି ବୈଠକରେ ପ୍ରଥମଥର ପାଇଁ ଟିଆରଏସର ନେତାମାନଙ୍କୁ ଦେଖିବାକୁ ମିଳିଥିଲା ।