ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନମ

145

କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ବୟକଟ କରିଛି କଂଗ୍ରେସ । ସନାତନ ଧର୍ମ ବିରୋଧୀ କହି କଂଗ୍ରେସ ଉପରେ ବର୍ଷିଛି ବିଜେପି । ଏହାର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଖଡ଼ଗେ କହିଛନ୍ତି ବିଶ୍ୱାସ ଓ ଭକ୍ତି ଥିଲେ କେବେ ବି ଅଯୋଧ୍ୟା ଯିବା ସମ୍ଭବ । କାହାର ଧର୍ମଭାବନାକୁ ଆଘାତ କରିବା କଂଗ୍ରେସର ଉଦେଶ୍ୟ ନୁହେଁ । ସେପଟେ ଉତ୍ସବରେ କଂଗ୍ରେସ ନଯିବା ଘଟଣା ଦଳକୁ ଦୁଇ ଭାଗ କରିଛି । କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କହିଛନ୍ତି ପ୍ରଭୁ ରାମ କୌଣସି ଦଳର ନୁହଁନ୍ତି । କଂଗ୍ରେସର ଲଢ଼େଇ ବିଜେପି ସହ ଅଯୋଧ୍ୟା ସହ ନୁହେଁ । କିଛି ଲୋକ କଂଗ୍ରେସକୁ ବାମପନ୍ଥି ରାସ୍ତାରେ ନେଇ ଯାଉଥିବା ସେ କହିଛନ୍ତି । କଂଗ୍ରେସ ନେତୃତ୍ୱ ଅଯୋଧ୍ୟା ନଯିବା ନିଷ୍ପତି ଉପରେ ପୁର୍ନବିଚାର କରିବା ଉଚିତ ।