କନକ ବ୍ୟୁରୋ : ହସ୍ପିଟାଲରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୁଧବାର ଦିଲ୍ଲୀର ଗଙ୍ଗାରାମ୍ ହସ୍ପିଟାଲରେ ସୋନିଆଙ୍କୁ ଭର୍ତି କରାଯାଇଛି । ଶ୍ୱାସ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ରହିଛି । ସୋନିଆଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହସ୍ପିଟାଲରେ ଅଛନ୍ତି । ମଙ୍ଗଳବାର ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥାର ସ୍ଥିର ଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ସୋନିଆ ।