କନକ ବ୍ୟୁରୋ : କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀର ସାର୍ ଗଙ୍ଗା ରାମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ୍ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ରୁଟିନ୍ ଚେକ୍ଅପ୍ ପାଇଁ ସୋନିଆ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।
ହସ୍ପିଟାଲ୍ର ମ୍ୟାନେଜମେଣ୍ଟ୍ ବୋର୍ଡ ଅଧ୍ୟକ୍ଷ ଡ. ଡିଏସ୍ ରାଣା କହିଛନ୍ତି, ଆଜି ସନ୍ଧ୍ୟା ୭ଟାରେ ସୋନିଆ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଅଛି । କିଛି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ହସ୍ପିଟାଲ୍ରୁ ଡିସଚାର୍ଜ କରାଯିବ । ତେବେ କଂଗ୍ରେସ ମୁଖ୍ୟ ସୋନିଆ ଗତ ଫେବ୍ରୁଆରିରେ ମଧ୍ୟ ପାକସ୍ଥଳିରେ ଯନ୍ତ୍ରଣା ପାଇଁ ଏହି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ।
Follow Us