ପୁଣି ଅସୁସ୍ଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ : ଦିଲ୍ଲୀସ୍ଥିତ ସାର୍ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

39

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିମଲାରେ ଛୁଟି କଟାଉଥିବା ସୋନିଆ କାଲି ଅପରାହ୍ନରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ତାଙ୍କୁ ତୁରନ୍ତ ସିମଲାରୁ ଦିଲ୍ଲୀ ଗଂଗାରାମ ହସ୍ପିଟାଲକୁ ଅଣାଯାଇଥିଲା।

ହସ୍ପିଟାଲ ପରିଚାଳନା ବୋର୍ଡ ଅଧ୍ୟକ୍ଷ ଡ. ଡିଏସ୍‌ ରାଣା କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷା ଅପରାହ୍ନ ୫ଟାରେ ହସ୍ପିଟାଲ ପହଞ୍ଚିଥିଲେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କର ଚିକିତ୍ସା ଚାଲିଛି। ୭୦ ବର୍ଷୀୟ ସୋନିଆ କିଛିଦିନ ତଳେ କାନ୍ଧରେ ଯନ୍ତ୍ରଣା ଯୋଗୁଁ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।