କିଛି ମାସ ହେଲାଣି ବଲିଉଡ୍ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ଆଲିଆଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ସମୟରେ ଦୁହିଁଙ୍କ ପରିବାରକୁ ଏକାଠି ଦେଖାଯାଉଛି । ରଣବୀର ଏବଂ ଆଲିଆ ଦୁହେଁ ଦୁହିଁଙ୍କୁ ଡ଼େଟ୍ କରୁଥିବା ନେଇ ସର୍ବସମ୍ମୁଖରେ ମାନି ସାରିଥିବା ବେଳେ ଏବେ ଦୁହିଁଙ୍କ ପରିବାର ସେମାନଙ୍କ ସଂପର୍କକୁ ଆଗକୁୁ ନେବା କଥା ଚିନ୍ତା କରୁଥିବା ଜଣାପଡ଼ିଛି । ପ୍ରଥମରୁ ଦୁହିଁଙ୍କ ସଂପର୍କକୁ ଆଲିଆଙ୍କ ପିତା ମହେଶ ଭଟ୍ଟ ସ୍ୱୀକୃତି ଦେଇ ସାରିଥିବା ବେଳେ ଏବେ ମା’ ସୋନି ରାଜଦାନ ଏ ନେଇ ନିଜର ମତ ରଖିଛନ୍ତି । ଦୁହିଁଙ୍କ ସଂପର୍କକୁ ନେଇ ଦେଇଥିବା ମତରୁ ସେ ରଣବୀରଙ୍କୁ ଗ୍ରହଣ କରି ନେଇଥିବା ଜଣାପଡ଼ିଛି ।
ତାଙ୍କ କହିବା ଅନୁଯାୟୀ, ପିଲା ହିସାବରେ ରଣବୀର ବହୁତ ଭଲ। ମହେଶ ଭଟ୍ଟ ହୁଅନ୍ତୁ ବା ଋଷି କପୁର ସମସ୍ତଙ୍କୁ ଦୁହିଁଙ୍କ ସଂପର୍କ ବିଷୟରେ ଜଣା । ଆଲିଆ ଖୁବ୍ ଭଲ ଭାବରେ ରଣବୀର ଏବଂ ତାଙ୍କ ପରିବାର ଲୋକଙ୍କୁ ଜାଣିଛି ଏବଂ ସମସ୍ତେ ବହୁତ ଭଲ ବୋଲି କହିଥିବା ବେଳେ ତାଙ୍କ କଥାରୁ ସେ ଝିଅର ପସନ୍ଦକୁ ନେଇ ଖୁସିଥିବା ଜଣା ପଡ଼ିଛି । ତେବେ ଦୁହିଁଙ୍କ ପରିବାର ତରଫରୁ ସ୍ୱୀକୃତି ମିଳି ସାରିଥିବା ବେଳେ ଖୁବ୍ ଶୀଘ୍ର ଦୁହେଁ ବିବାହ କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/alia-bhatt-soni-razdan-759.jpg)
/kanak/media/post_attachments/wp-content/uploads/2018/09/41900415_334482637115413_8789082841011978240_n-300x159.jpg)