କିମିଆଁ କରୁଛି ୟୋହାନିଙ୍କ ଗୀତ । କୁନି ଝିଅଙ୍କ କଣ୍ଠରେ ସାଜିଲା ‘ ମାନିକେ ମାଗେ ହିତେ’ ।

266

କନକ ବ୍ୟୁରୋ: ଏବେ ଚାରିଆଡେ ଏହି ଗୀତର କ୍ରେଜ୍ । ୟୋହାନି ଡି ସିଲଭା ଗାଇଥିବା ଏହି ଗୀତକୁ କିଏ ରିଙ୍ଗ ଟୋନ୍ ରଖୁଛି ତ କିଏ ଏଥିରେ ରିଲ ଭିଡିଓ ତିଆରି କରୁଛି । ବୁଝନ୍ତୁ ନ ବୁଝନ୍ତୁ ଏ ଗୀତର ଧୁନରେ କିନ୍ତୁ ଝୁମୁଛନ୍ତି ଛୁଆ ଠୁ ଯୁବକ ସମସ୍ତେ । ଭୁବନେଶ୍ୱର ଉପକଣ୍ଠରେ ଥିବା ଖଣ୍ଡଗିରି ଶାନ୍ତିବନ ବସ୍ତିର କିଛି ଶିଶୁ ମଧ୍ୟ ପ୍ରସ୍ତୁତ କରିଛନ୍ତି ଏହି ଗୀତକୁ ନେଇ ନିଜର ଏକ ଭିଡିଓ ଯେଉଁଥିରେ ଏହି ଗୀତଟିକୁ ଗାଇଛନ୍ତି ସଞ୍ଚିତା, ରୋଜାଲିନ୍ ଆଉ ଇସ୍ମିତା । ଏହି ତିନି ଝିଅଙ୍କ କଣ୍ଠରେ ଏହି ଗୀତଟି ଏତେ ସାଜିଛି ଯେ ଭୁବନେଶ୍ୱର ଡିସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ଲାଇକ୍ କରିବା ସହ ଅଧିକରୁ ଅଧିକ ସେୟାର କରିବାକୁ ସୋସିଆଲ ମିଡିଆରେ କହିଛନ୍ତି ।