ଜୀ ସାର୍ଥକର ନୂଆ ଅଭିଯାନ । ସଙ୍ଗୀତ ମାଧ୍ୟମରେ ମହିଳାଙ୍କୁ ଜଣାଇଛି ସମ୍ମାନ, ପୂର୍ବରୁ ସିରିଏଲ ମାଧ୍ୟମରେ ବଖାଣିଛି ନାରୀଶକ୍ତିର କାହାଣୀ ।

Advertisment
ଜୀ ସାର୍ଥକର ନୂଆ ଅଭିଯାନ । ସଙ୍ଗୀତ ମାଧ୍ୟମରେ ମହିଳାଙ୍କୁ ଜଣାଇଛି ସମ୍ମାନ, ପୂର୍ବରୁ ସିରିଏଲ ମାଧ୍ୟମରେ ବଖାଣିଛି ନାରୀଶକ୍ତିର କାହାଣୀ ।

ଓଡ଼ିଶାର ଅଗଣିତ ତଥା ଆମର ଅତି ପ୍ରିୟ ଦର୍ଶକଙ୍କ ଲୋକପ୍ରିୟ ଓ ଅଗ୍ରଣୀ ଓଡ଼ିଆ ମନୋରଞ୍ଜନଭିତ୍ତିକ ଗଣମାଧ୍ୟମ ଭାବେ ଜୀ ସାର୍ଥକ, ଏହାର ଦୀର୍ଘଦିନର ସମ୍ପର୍କକୁ ପାଥେୟ କରି ଜୁନ୍ ୧୪, ରଜୋତ୍ସବର ପ୍ରଥମ ଦିନରେ ଏକ ନୂଆ ଅଭିଯାନର ଶୁଭାରମ୍ଭ ଘୋଷଣା କରିଛି । ଏହା ଏମିତି ଏକ ଅଭିଯାନ ଯାହା ରାଜ୍ୟର ନାରୀଶକ୍ତି ପାଇଁ ଉତ୍ସର୍ଗୀକୃତ। ଓଡ଼ିଶାର ଭବ୍ୟ ସଂସ୍କୃତିରୁ ଅନୁପ୍ରାଣିତ ଏହି ଅଭିନବ ଅଭିଯାନ ଓଡ଼ିଆ ଗଣମାଧ୍ୟମରେ ପ୍ରଦର୍ଶିତ ବିଭିନ୍ନ ନାରୀ ଚରିତ୍ରରେ ପ୍ରଦର୍ଶିତ ନାରୀଶକ୍ତିର ଶ୍ରେଷ୍ଠତା, ଅନ୍ତର୍ନିହିତ ଉତ୍କର୍ଷତାକୁ ସଙ୍ଗୀତ ଜରିଆରେ ଜଣାଇଛି ସମ୍ମାନ । ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଇନ୍ଦ୍ରଦୀପ ଦାସଗୁପ୍ତାଙ୍କ ନିର୍ଦ୍ଦେଶନାରେ ପ୍ରଥମ କରି କଣ୍ଠଦାନ କରିଛନ୍ତି ଜଣାଶୁଣା ଗାୟିକା ଆକ୍ରିତୀ କକ୍କର୍ ।

ଆଗକୁ ଚାନେଲ୍ ବଳିଷ୍ଠ କିନ୍ତୁ ସାଧାରଣ ଲୋକଙ୍କ ଜୀବନ ସହ ସାମଞ୍ଜସ୍ୟ ରଖୁଥିବା ଚରିତ୍ର, କାହାଣୀ ଓ କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କ ସହ ଅଧିକରୁ ଅଧିକ ନିବିଡ଼ତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖି ଆଗେଇଚାଲିଛି । ଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ଏହାର ମନଛୁଆଁ ଧାରାବାହିକ- ଝିଲି, ବିଜୟିନୀ, ସୁନାଝିଅ ସାଙ୍ଗକୁ ଦିଦି ନମ୍ବର ୧, ସାରେଗାମାପା ଭଳି ଅନେକ ପ୍ରାମାଣିକ କାର୍ଯ୍ୟକ୍ରମ ଜରିଆରେ ଦର୍ଶକଙ୍କୁ ବାନ୍ଧିରଖିଛି । ଓଡ଼ିଶାର ଏକ ମନଲାଖି ଚାନେଲ୍ ଭାବେ ଜୀ ସାର୍ଥକ ଦର୍ଶକଙ୍କ ରୁଚିକୁ ସର୍ବୋପରି ମାନଦଣ୍ଡ କରି ବାସ୍ତବ ଓ ମନଗଢ଼ା କାର୍ୟ୍ୟକ୍ରମର ତାଳମେଳ ରକ୍ଷା କରିଛି । ତେବେ ଜୀ ସାର୍ଥକର ଏହି ଅଭିଯାନ ମୁଖ୍ୟତଃ ଓଡ଼ିଆ ନାରୀଙ୍କ ମନୋବଳ, ଅଧ୍ୟବ୍ୟସାୟ ଓ ଉପଲବ୍ଧିର ଏକ ନିଚ୍ଛକ ପ୍ରତିପାଦନ କେବଳ ।

“ଓଡ଼ିଶା ଓ ଓଡ଼ିଆଙ୍କ ପ୍ରଥମ ପସନ୍ଦର ଚାନେଲ୍ ହୋଇ ରହିବା ଆମପାଇଁ ପ୍ରାଥମିକତା ଓ ମାର୍ଗଦର୍ଶିକା ବୋଲି କୁହନ୍ତି ଜି ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଅଳ । ନିକଟରେ ଆମକୁ ସାଫଲ୍ୟମଣ୍ଡିତ କରିଥିବା ଝିଲି ଓ ଦିଦି ନମ୍ବର ୧ ଆଦି କାର୍ୟ୍ୟକ୍ରମ ଦର୍ଶକଙ୍କ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ବଳିଷ୍ଠ କରିଛି । ଆଗାମୀ ଦିନରେ ବିଭିନ୍ନ ବୟସ ଓ ବର୍ଗର ଦର୍ଶକଙ୍କ ଲାଗି ଜି-ସାର୍ଥକ କୁହୁକ ପେଡ଼ିରେ ରହିଛି ସାରେଗାମାପା ଓ ଡାନ୍ସ ଓଡ଼ିଶା ଡାନ୍ସର ନୂଆ ସିଜିନ୍ ଓ ଆହୁରି ଅନେକ କିଛି” ।

ପ୍ରତୀକ ସିଅଳଙ୍କ ଏହି ସମ୍ଭାଷଣକୁ ନେଇ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଜେସ୍ ପୂର୍ବାଞ୍ଚଳ ଖଣ୍ଡ ମୁଖ୍ୟ ଶ୍ରୀ ସମ୍ରାଟ ଘୋଷ, କାର୍ଯ୍ୟକ୍ରମ ନିର୍ମାଣ, ଚୟନ ଓ ପରିବେଷଣ ଆଦି ସାରଣୀ ପ୍ରସ୍ତୁତ କରିବାବେଳେ, ଚାନେଲ୍ ସବୁ ସମୟରେ ଦର୍ଶକଙ୍କୁ ତାଙ୍କର ନିର୍ଦ୍ଦେଶକ ବୋଲି ବିବେଚନା କରେ ବୋଲି କହିଛନ୍ତି । ଏହାସହ ଜି ସାର୍ଥକ ଓଡ଼ିଶାର ଏକ ନମ୍ବର ଜିଇସି ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ବୋଲି କହିଛନ୍ତି । ସାଧାରଣ ଓଡ଼ିଆ ମଧ୍ୟବିତ୍ତଙ୍କ ଜୀବନଧାରା ସହ ଅଙ୍ଗାଙ୍ଗିଭାବେ ଜଡ଼ିତ ପ୍ରଗତିଶୀଳ ମୂଲ୍ୟବୋଧ ଓ ଓଡ଼ିଆ ସଂସ୍କୃତି ହଁ ଆମ ଚାନେଲରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟର ସ୍ବାତନ୍ତ୍ର୍ୟତା । ଯାହା ଆମ ଚାନେଲରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ କାହାଣୀ, ଧାରାବାହିକ ଓ ବାସ୍ତବଧର୍ମୀ କାର୍ୟ୍ୟକ୍ରମର ନାରୀ ଚରିତ୍ରର ସଜୀବ ପ୍ରତିବିମ୍ବ । ଜି ସାର୍ଥକ ଚାନେଲ ଏହାର ଆଦର୍ଶ ସହ ମଧ୍ୟବିତ୍ତ ଓଡ଼ିଆ ନାରୀଙ୍କ ଦାମ୍ଭିକ ସ୍ବରର ନିଚ୍ଛକ ପ୍ରଦର୍ଶନ ଜରିଆରେ ଏକ ଖାଣ୍ଟି ଓଡ଼ିଆ ଚାନେଲର ପରିଚୟ ସୃଷ୍ଟି କରିଛି । ଏହାସହ ଗତ କିଛି ବର୍ଷରେ ଜି ସାର୍ଥକ ଅନେକ ଉଦ୍ୟମ ଜରିଆରେ ଓଡ଼ିଆ ନାରୀଙ୍କୁ ସଶକ୍ତ କରିବାରେ ସହାୟକ ହେଇଛି । ଆଜି ଶୁଭାରମ୍ଭ ହୋଇଥିବା ଏହି ଗୀତ ଓ ନାଲିବିନ୍ଦୁ ଅଭିଯାନ ଜି ସାର୍ଥକର ମୂଳ ଲକ୍ଷ୍ୟ ସାଧନ ଦିଗରେ ଆଉ ଏକ ପାହୁଣ୍ଡ ବୋଲି କହିଛନ୍ତି” ।

ନିକଟରେ ଜି ସାର୍ଥକ ରଜ ପର୍ବ ଉତ୍ସବ ସହ ନାଲି ବିନ୍ଦୁ ଅଭିଯାନର ଶୁଭାରମ୍ଭ କରି ମାସିକ ଧର୍ମ ସମୟରେ ସ୍ବଚ୍ଛତା ରକ୍ଷା ଅଧିକାର ସମ୍ପର୍କିତ ସଚେତନତା ସୃଷ୍ଟି କରାଯିବ । ଏହାସହ ଚାନେଲର ଲୋକପ୍ରିୟତା ଓ ଗ୍ରହଣୀୟତା ବୃଦ୍ଧି ପାଇଁ ଝିଅଙ୍କୁ ଶିକ୍ଷା ସମ୍ପର୍କିତ ଏକ ହୃଦୟସ୍ପର୍ଶୀ ଫିଲ୍ମ ପ୍ରସାରିତ ହୋଇଛି । ଝିଅଙ୍କୁ ଶିକ୍ଷା ଅଭିଯାନ ପାଇଁ ଉଦ୍ଧିଷ୍ଟ ନାଲି ବିନ୍ଦୁ ୱେବସାଇଟ୍ ଜରିଆରେ କିଛି ଆର୍ଥିକ ଅନୁଦାନ ଆହ୍ବାନ ସହ ଏହି ଫିଲ୍ମଟି ଶେଷ ହୁଏ ।

ତେଣୁ ଆମ ଦର୍ଶକ ଓ ଅଂଶୀଦାରଙ୍କ ସହଯୋଗରେ ଅଗ୍ରସର ହେଉଥିବା ଏହି ଅତୁଟ ସମ୍ପର୍କ ଓ ଉର୍ଦ୍ଧ୍ବମୁଖୀ ଯାତ୍ରାକୁ ସମ୍ମାନ ଜଣାଇବା ସହ ସମ୍ମିଳିତ ଭାବେ ଏହି ଅଭିନବ ଯାତ୍ରା- ନୂଆ କାହଣୀ ନୂଆ ରଙ୍ଗରେ, ଅତୁଟ ସମ୍ପର୍କ ଆମ ସାଙ୍ଗରେ- ବୋଲି କହିଛନ୍ତି ସମ୍ରାଟ ଘୋଷ । ଜୀ ସାର୍ଥକର କଣ୍ଟେଣ୍ଟ ଓ ପରିଚୟ ସଂରଚନା ଆମେ ଗ୍ରାହକଙ୍କୁ ଆଖି ଆଗରେ ରଖି ସ୍ଥିର କରିଥାଉ । ଓଡ଼ିଆତ୍ବ ହୃଦୟଙ୍ଗମ କରିବାରେ ଆମେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଓ ବଜାରଚାହିଦା ପୂରଣ କରିବାରେ ଆମେ ନିରବଚ୍ଛିନ୍ନ ନେତୃତ୍ବ ନେଇଛୁ । ଜୀ ସାର୍ଥକର ଏହି ନୂଆ ଅବତାର ଅତୀତର ଓଡ଼ିଆ ସଂସ୍କତି ଓ ପରମ୍ପରା ଓ ସାମ୍ପ୍ରତିକ ସମାଜିକ ଚଳଣୀର ଏକ ଅପୂର୍ବ ଅବତାରଣା । ଯେମିତିକି ବିଶ୍ବବ୍ୟାପୀ ରହୁଥିବା ଅଗଣିତ ଓଡ଼ିଆଙ୍କ ଅତି ଆପଣା ନୀଳଚକ୍ର ଓ ସମ୍ବଲପୁରୀ ଶାଢ଼ି ପଣତ ଓ ତାରକସୀ କାମରେ ଫୁଟିଉଠିଥିବା କାରିଗରର ନିଖୁଣ ସୃଜନୀ । ଆମର ଏହି ନବକଳେବର ଓଡ଼ିଆ ଦର୍ଶକଙ୍କ ସହ ଆମର ସମ୍ପର୍କକୁ ଆହୁରି ନିବିଡ଼ କରିବ ବୋଲି ଆମେ ବିଶ୍ବାସ କରୁ । ଆମ ଚାନେଲର ନାମ ଧାରଣ କରୁଥିବା ଅନ୍ତର୍ନିହିତ ବୃତ୍ତାକାର ଆମ ଓଡ଼ିଆ ଐତିହ୍ୟ ଓ ଅସ୍ତିତ୍ବର ପରାକାଷ୍ଠା । ନୂଆ ରୂପରେ ରଙ୍ଗାୟିତ ଜୀ ସାର୍ଥକ ଏହି ଅଞ୍ଚଳର ସାଂସ୍କୃତିକ ବୈଶିଷ୍ଟ୍ୟର ପ୍ରଚାର ପ୍ରସାର କରିବା ସହ ସମୟୋପଯୋଗୀ କାହାଣୀ ଜରିଆରେ ଓଡ଼ିଆ ଦର୍ଶକଙ୍କ ପ୍ରତି ଥିବା ଦାୟିତ୍ବବୋଧ ଓ ପ୍ରତିଶ୍ରୁତିବଦ୍ଧତା ରକ୍ଷା କରିଛି ବୋଲି କହିଛନ୍ତି ଜୀଲର ଏସବିୟୁ କଣ୍ଟେଣ୍ଟର ମୁଖ୍ୟ ବିପଣନ ଅଧିକାରୀ କାର୍ତ୍ତିକ ମହାଦେବ ।

ନାଲି ବିନ୍ଦୁ ଅଭିଯାନର ଅଂଶ ଭାବେ, ଜି ସାର୍ଥକ ଏହାର ଚାନେଲ୍ ଆନ୍ଥେମ୍ ସହ ଗୋଟିଏ ସିଗ୍ନେଚର୍ ଷ୍ଟେପ୍ ଚାଲେଞ୍ଜ ମଧ୍ୟ ଘୋଷଣା କରିଛି । ହୃତ୍-ସ୍ପନ୍ଦନ ବଢ଼ାଉଥିବା ଏହି ଦମଦାର୍ ଅଭିଯାନର ଶୁଭାରମ୍ଭ ଜି ସାର୍ଥକ ଚାନେଲରେ କରାଯିବା ସହ ସୋସିଆଲ୍ ମିଡିଆ, ଯେମିତିକି ୟୁ-ଟ୍ୟୁବ୍, ଇଣ୍ଟାଗ୍ରାମ୍ ଓ ଫେସବୁକ୍, ବୈଦ୍ୟୁତିକ, ମୁଦ୍ରଣ ଓ ଡିଜିଟାଲ୍ ଗଣମାଧ୍ୟମରେ ଏହାର ୩୬୦ ଡିଗ୍ରୀ ପ୍ରଚାର କରାଯାଉଛି ।

ଏକ ଅଗ୍ରଣୀ ମନୋରଞ୍ଜନଧର୍ମୀ କମ୍ପାନି ଭାବେ, ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍, ଏହାର ବିବିଧତା ସହ ଅସଂଖ୍ୟ ଦର୍ଶକକୁ ଯୋଗାଇଛି ମନୋରଞ୍ଜନର ଅନନ୍ୟ ଖୋରାକ୍ । ବିଶ୍ବର ଅନ୍ୟତମ ସର୍ବବୃହତ ବହୁରାଷ୍ଟ୍ରୀୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ଭାବେ ୧୯୦ଟି ଦେଶର ୧.୩ ବିଲିୟନରୁ ଅଧିକ ଦର୍ଶକଙ୍କ ମନ ଓ ହୃଦୟରେ ଉପସ୍ଥିତି ସହ ଜିଲ୍ ନିରବଚ୍ଛିନ୍ନ ଭାବେ ପରିବେଷଣ କରୁଛି ଏକାଧିକ ଭାଷା, ବର୍ଗ ଓ ରୁଚିସମ୍ପନ୍ନ କାର୍ଯ୍ୟକ୍ରମଭରା ପ୍ଲାଟଫର୍ମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe