ସଂକ୍ରମଣ ପଛରେ ସଙ୍ଗୀତ !! ଗୀତ ଗାଇଲେ କିମ୍ବା ସଙ୍ଗୀତ ପରିବେଶଣ ସ୍ଥାନରେ ଛିଡା ହେଲେ କରୋନା ଆପଣଙ୍କୁ କରିପାରେ ସଂକ୍ରମିତ! ଜାଣନ୍ତୁ କେମିତି ?

1,645

କନକ ବ୍ୟୁରୋ : ଦେଶରେ ପ୍ରତିଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ଉପରମୁହାଁ । ଲକ୍ଷେ ପାର ହୋଇଗଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ବି କରୋନାର କୌଣସି ଟିକା ବାହାରିନାହିଁ । ଆଉ ନିତିଦିନ ରଙ୍ଗ ବଦଳାଇବା ପରି କରୋନା ତାହାର ଲକ୍ଷଣ ବି ବଦଳାଉଛି । ତେବେ ବର୍ତମାନ ସମୟରେ କରୋନାର ୧୧ ମାମଲା ପୁଣି ସାମ୍ନାକୁ ଆସିଛି । କରୋନା ଆକ୍ରାନ୍ତ କଥା ହେବା ବେଳେ କିମ୍ବା କାଶିଲା ଓ ଛିଙ୍କିଲା ବେଳେ ଅତିଶୀଘ୍ର ମାତ୍ରାରେ ଭୂତାଣୁ ବାୟୁମଣ୍ଡଳକୁ ପ୍ରବେଶ କରିଥାଆନ୍ତି । କିନ୍ତୁ ବର୍ତମାନ ସମୟରେ ଆମେ ଯେଉଁ ତଥ୍ୟ ଦେବୁ ତାହାକୁ ନେଇ ଆପଣ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ ।

ଗୀତ ଗାଇଲେ ବ୍ୟାପୁଛି କରୋନା !

ସଂକ୍ରମଣ ପଛରେ ସଙ୍ଗୀତ !

କଣ କହିଲେ ବ୍ରିଟେନ ବିଶେଷଜ୍ଞ ?

ପୁଣି ସାମ୍ନାକୁ ଆସିଲା କରୋନା ନୂଆ ୧୧ ଲକ୍ଷଣ

କାରଣ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କରୋନା ଆକ୍ରାନ୍ତ ଯଦି କୌଣସି ସ୍ଥାନରେ ଗୀତ ଗାଇଛନ୍ତି କିମ୍ବା ଗାଉଛନ୍ତି ତେବେ ସେହି ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଯାଇପାରେ । ତେବେ ବ୍ରିଟେନର ଏକ ବିଶେଷଜ୍ଞ ଦଳ ସୂଚନା ଦେଇଛି ଯେ, କରୋନା ସଂକ୍ରମିତ ଯଦି କୌଣସି ସ୍ଥାନରେ କଥା ହେଉଛନ୍ତି କିମ୍ବା କାଶ ଓ ଛିଙ୍କୁଛନ୍ତି ତେବେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସଂକ୍ରମିତ ହେବାର ଯେତିକି ସମ୍ଭାବନା ନାହିଁ ଯଦି ଆକ୍ରାନ୍ତ ,ଗୀତ ଗାଉଛନ୍ତି ତେବେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି ।

ଏହାସହ ଗୀତିକାର ବର୍ତମାନ ସମୟରେ ଯେଉଁ ସ୍ଥାନରେ ଗୀତ ଗାଉଛନ୍ତି ସେଠାରେ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି । କାରଣ ଯେଉଁ ପରି ଭାବରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି ସାବଧାନ ନରହିଲେ ଆପଣ ବି ସଂକ୍ରମଣର ଶିକାର ହୋଇପାରନ୍ତି । ଏପରିକି ଲୋକଙ୍କୁ ସତର୍କ କରାଇବାକୁ କୁହାଯାଉଛି ଯେ, ଯଦି କୌଣସି ସ୍ଥାନରେ କିଛି ବି ସାଂସ୍କୃତିକ କିମ୍ବା ସଂଗୀତ କାର୍ଯ୍ୟକ୍ରମ ହେଉଛି ତେବେ ସେହି ସ୍ଥାନଠାରୁ ଦୂରେଇ ରହିବା ହିଁ ଭଲ ।’ କାରଣ କରୋନା ଯେପରି ଭାବରେ ବ୍ୟାପିବାରେ ଲାଗିଛି ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ଟିକା ନବାହାରିବା ପର୍ଯ୍ୟନ୍ତ ଆମେ ସାବଧାନ ରହିବା ହିଁ ଭଲ ।