କନକ ବ୍ୟୁରୋ: ନିର୍ବାଚନ ଆସିଲେ ଦେଖିବାକୁ ମିଳିଥାଏ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ହାତରେ ସମୟ କମ୍ ଥିବାରୁ ପ୍ରଚାର ମତଦାତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଭିନ୍ନ ଭିନ୍ନ ପ୍ରୟାସ କରୁଛନ୍ତି ପ୍ରାର୍ଥୀ । ହେଲେ ସୋନପୁରର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସୋନାଲି ବିଶି ନିଆରା ଢଙ୍ଗରେ ପ୍ରଚାର କରିଛନ୍ତି । ନିଜେ ଟ୍ରାକ୍ଟର ଚଳାଇ ଏହି ମହିଳା ପ୍ରାର୍ଥୀ ଜଣକ ପ୍ରଚାର କରିଛନ୍ତି । ଡୁଙ୍ଗୁରୁପାଲିର ଶିବମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଟ୍ରାକ୍ଟର ରାଲି କରିଥିଲେ ସୋନାଲି । ଯାହା ପରେ ସେ ଶିବାନନ୍ଦପଡ଼ା ଛକ ଦେଇ ଫଟାମୁଣ୍ଡା ପଡ଼ିଆରେ ପହଂଚି ଏକ ଚାଷୀ ସମାବେଶରେ ଯୋଗଦେଇଥିଲେ । ଚାଷୀଙ୍କ ହକ୍ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ସୋନାଲି । ଏଥିରେ ସୋନପୁର ନବନିର୍ମାଣ କୃଷକ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ପାଢ଼ି, ବଲାଙ୍ଗିର କୋର୍ଡିନେଟର ହିମାଂଶୁ ସାହୁ ଓ କୃଷକ ସଂଗଠନର କର୍ମକର୍ତାର ସହ ଶତାଧିକ ଚାଷୀ ଯୋଗଦେଇଥିଲେ ।