ମହାଭାରତର ଦ୍ରୌପଦୀ ହେବେ ସୋନମ କପୁର !

ମହାଭାରତର ଦ୍ରୌପଦୀ ହେବେ ସୋନମ କପୁର !

image courtesy-http://i.ndtvimg.com

ବଲିଉଡର ସୁନ୍ଦରୀ ତଥା ଲୋକପ୍ରିୟ ନାୟିକା ସୋନମ କପୁର ପ୍ରଥମ ଥର ପାଇଁ ଏକ ପୌରାଣିକ ଚରିତ୍ରରେ ନଜର ଆସିବେ । ପୂର୍ବରୁ ରୋମାଣ୍ଟିକ ଓ କମେଡି ଫିଲ୍ମରେ ନଜର ଆସିଥିବା ସୋନମ ମହାଭାରତ ଦ୍ରୌପଦୀ ଭୁମିକାରେ ଫିଲ୍ମରେ ନଜର ଆସିବେ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ସିନେମାଟି ସୋନମ କପୁରଙ୍କ ହୋମ ପ୍ରଡକସନ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ।

ଏହାର କାହାଣୀ ପ୍ରଖ୍ୟାତ ଲେଖିକା କୃଷ୍ଣା ଉଦୟ ଶଙ୍କରଙ୍କ ରଚିତ ପୁସ୍ତକ ‘ଦ ଆର୍ୟ୍ୟା କ୍ରୋନିକାଲସ୍’ ଉପରେ ଆଧାରିତ। କୃଷ୍ଣା ଉଦୟ ଶଙ୍କର ବି ଏକଥାକୁ ସ୍ୱୀକାର କରିଛନ୍ତି ଯେ ସୋନମ୍ ତାଙ୍କ ବହିର ରାଇଟସ୍ ନେଇଛନ୍ତି। ଏବେ ସୋନମ୍ କପୁର ଉକ୍ତ କାହାଣୀର ଚିତ୍ରନାଟ୍ୟ ପ୍ରସ୍ତୁତ କରାଉଛନ୍ତି । ଏହି ବହିର କଥାବସ୍ତୁକୁ ନେଇ ତିନିଟି ସିନେମା ନିର୍ମାଣ କରିବାର ଯୋଜନା ରଖିଛନ୍ତି ସୋନମ୍ କପୁର ।ତେବେ ସୋନମଙ୍କୁ ପୌରାଣିକ ଚରିତ୍ରରେ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe