ଆରମ୍ଭ ହୋଇ ଯାଇଛି ବିବାହ ପ୍ରସ୍ତୁତି : ମେ’-୮ରେ ବାଜିବ ସୋନମଙ୍କ ୱେଡିଂ ବେଲ

60

ଖୁବଶୀଘ୍ର ସୋନମ କପୁରଙ୍କ ହାତରେ ଲାଗିବାକୁ ଯାଉଛି ମେହନ୍ଦୀ । ନିଜ ପ୍ରେମିକ ଆନନ୍ଦ ଅହୁଜାଙ୍କ ନାମର ମେହନ୍ଦୀ ହାତରେ ସଜେଇବେ ବଡ ପରଦାର ଡଲି । କାରଣ ଫାଇନାଲ ହୋଇଛି ସୋନମ ଓ ଆନନ୍ଦଙ୍କ ବିବାହ ତାରିଖ । ବଲିଉଡର ଏହି ଫ୍ୟାସନ କୁଇନଙ୍କ ବିବାହର ସବୁ ଟିକି ନିକ ଖବର ଆସନ୍ତୁ ଜାଣିବା ।

ସଜେଇ ହେଉଛି କପୁର ହାଉସ । ଆଉ ଦୁଲହନ୍ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୋନମ କପୁର । କିଛି ଦିନ ପରେ ବାଜିବ ସୋନମଙ୍କ ୱେଡିଂ ବେଲ । ଆସନ୍ତା ୮ ତାରିଖରେ ବିବାହ କରିବେ ଅଭିନେତ୍ରୀ ସୋନମ କପୁର । ଆଉ ତାଙ୍କ ବିବାହ ପାଇଁ ଘର ଲୋକ ତୈୟାରି ବି ଆରମ୍ଭ କରି ଦେଇଛନ୍ତି । ସୋନମଙ୍କ ବିବାହ ପାଇଁ ମାଆ ସୁନିତା କପୁର ଘର ସଜାଉଥିବା ଦେଖିବାକୁ ମିଳିଛି । ଅନୀଲ କପୁରଙ୍କ ଘର ବାହାର ରଙ୍ଗୀନ ଆଲୋକରେ ସଜା ହୋଇଛି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ହେଲେ ବିବାହକୁ ନେଇ କପୁର ପରିବାର ପକ୍ଷରୁ କୌଣସି ବି ଘୋଷଣା ଏବେ ଯାଏଁ ହୋଇ ନାହିଁ । ତେବେ ନିକଟରେ ଆଇଫା ପ୍ରେସ କନଫରେନ୍ସ ବେଳେ ଅଭିନେତା ଅନୀଲ କପୁରଙ୍କୁ ଯେତେବେଳେ ଝିଅ ସୋନମଙ୍କ ବିବାହ ବିଷୟରେ ପଚରା ଗଲା, ଅନୀଲ ଏହାର ଉତ୍ତରକୁ ଟାଳି ଦେଇଥିଲେ ।

ଅନେକ ଦିନ ଧରି ସୋନମଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ପ୍ରଥମେ ଖବର ଆସିଲା ବୟଫ୍ରେଣ୍ଡ ଆନନ୍ଦ ଅହୁଜାଙ୍କୁ ବିବାହ କରିବା ପାଇଁ ଫରେନ ଲୋକେସନ ବାଛିଛନ୍ତି ସୋନମ । ହେଲେ ଏବେ ଶୁଣିବାକୁ ମିଳିଛି ନିଜ ମୁମ୍ବାଇରେ ନିଜ ଆଇଙ୍କ ଘରେ ହେବ ସୋନମ – ଆନନ୍ଦଙ୍କ ବିବାହ । ୨୦୧୫ ମସିହାରୁ ସର୍ମ୍ପକରେ ରହିଛନ୍ତି ସୋନମ କପୁର ଓ ଆନନ୍ଦ ଅହୁଜା । ଦୁହେଁ ଓପନଲି କେବେ ନିଜ ବିବାହ କଥା ସ୍ୱୀକାର କରି ନାହାଁନ୍ତି । ହେଲେ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳେ ଏମାନଙ୍କ କେମେଷ୍ଟ୍ରୀ । ସୋନମ ବଲିଉଡର ଜଣେ ଆଗ ଧାଡିର ନାୟିକା ହୋଇଥିବାବେଳେ ଫ୍ୟାସନ ୱାର୍ଲ୍ଡରେ ରହିଛି ତାଙ୍କର ବେଶ୍ ନାଁ । ସେହିପରି ଆନନ୍ଦ ଅହୁଜା ବି ଦିଲ୍ଲୀର ଜଣେ ଧନୀ ବ୍ୟବସାୟୀ । ଫ୍ୟାସନ ଲେବଲ ‘ଭାଣେ’ର ଆନନ୍ଦ ଓନର ରହିଥିବା ବେଳେ, ପ୍ରଥମ ଭାରତୀୟ ସ୍ନିକର୍ କମ୍ପାନୀର କୋ-ଓନର ବି ରହିଛନ୍ତି ଆନନ୍ଦ । ଏବେ ଏହି ଦୁଇ ପ୍ରେମ ପକ୍ଷୀ ଖୁବଶୀଘ୍ର ବସେଇବାକୁ ଯାଉଛନ୍ତି ନିଜ ଘର ।