ଷ୍ଟାଇଲିଷ୍ଟ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କ ସିନେମା ଅପେକ୍ଷା ବୟଫ୍ରେଣ୍ଡଙ୍କ ସହ ଆଫେୟାରକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ।
ସୂଚନା ଅନୁସାରେ ଦିଲ୍ଲୀର ରହୁଥିବା ଆନନ୍ଦ ଆହୁଜାଙ୍କୁ ସେ ଏବେ ଡେଟ୍ କରୁଛନ୍ତି । ଉଭୟଙ୍କୁ ବିଭିନ୍ନ ଅବସରରେ ଏକାଠି ଦେଖିବାକୁ ମିଳୁଛି । ଏବେ ଶୁଣିବାକୁ ମିଳିଛି ଆସନ୍ତା ବର୍ଷ ଏଇ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ସେମାନେ ଏବେ ତାଙ୍କ ପ୍ରେମକୁ ନ'ଲୁଚାଇ ଖୁଲମଖୁଲା ଏକାଠି ବୁଲିବାର ଦେଖା ଯାଉଛି । କେବଳ ଏତିକି ନୁହଁ ଆନନ୍ଦଙ୍କ ଉପହାରର ଫଟୋ ମଧ୍ୟ ସୋନମ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।
ଆନନ୍ଦଙ୍କ ସହ ଜଡିତ କୈାଣସି ବି ପ୍ରସଙ୍ଗକୁ ସୋନମ ଆଉ ଲୁଚାଉ ନାହାନ୍ତି । ଏହାସହ ସୋନମ ନିକଟରେ ତାଙ୍କ ପରିବାର ସହ ଏକ ଫଟୋ ସେୟାର କରିଥିଲେ ଯେଉଁଠି ଆନନ୍ଦ ତାଙ୍କ ହାତ ଧରିବାର ଦେଖା ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/youtube_RbnXJHG2TMM.jpg)