ଗ୍ଲାମର୍ ଗଳିର ଗର୍ଜିଅସ୍ କପଲ : ସ୍ଥିର ହେଲା ବିବାହ ତାରିଖ, ମେ ୬ରେ ହେବ ମସକ୍କଲିଙ୍କ ମ୍ୟାରେଜ୍

54

ଖୁବଶୀଘ୍ର ସୋନମ କପୁରଙ୍କ ହାତରେ ଲାଗିବାକୁ ଯାଉଛି ମେହନ୍ଦୀ । ନିଜ ପ୍ରେମିକ ଆନନ୍ଦ ଅହୁଜାଙ୍କ ନାମର ମେହନ୍ଦୀ ହାତରେ ସଜେଇବେ ବଡ ପରଦାର ଡଲି । କାରଣ ଫାଇନାଲ୍ ହୋଇଛି ସୋନମ ଓ ଆନନ୍ଦଙ୍କ ବିବାହ ତାରିଖ । ବଲିଉଡ୍ର ଏହି ଫ୍ୟାସନ୍ କୁଇନଙ୍କ ବିବାହର ସବୁ ଟିକି ନିକ୍ ଖବର ବିଷୟରେ ଜାଣିବା ଆମର ଏହି ଆଗାମୀ ଷ୍ଟୋରୀରେ ।

ଚଳିତ ବର୍ଷ ଦୁହେଁ ବିବାହ କରିବା ଖବର ବେଶ କିଛି ସମୟ ଧରି ହେଡଲାଇନ୍ସରେ ବି ରହିଛି । ହେଲେ ଏବେ ଏମାନଙ୍କ ମାରେଜକୁ ନେଇ ଆସିଛି ଲେଟେଷ୍ଟ ଖବର । ଆସନ୍ତା ମେ ୬ – ୭ ତାରିଖରେ ଏହି ଲଭ ବାର୍ଡସ୍ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଖବର ଆସିଛି ମୁମ୍ବାଇରେ ହେବ ମାରେଜ୍ ଆଉ ଦିଲ୍ଲୀରେ ହେବ ରିସେପସନ୍ ପାର୍ଟି । ଦିଲ୍ଲୀରେ ଆନନ୍ଦଙ୍କ ପରିବାର ରହୁଥିବାରୁ ଏମାନଙ୍କ ରିସେପସନ୍ ପାର୍ଟି ଦିଲ୍ଲୀରେ ଦିଆଯିବାର ସୂଚନା ରହିଛି । କିଛିଦିନ ପୂର୍ବରୁ ଖବର ଆସୁଥିଲା କି ଜେନେଭାରେ ହୋଇଥାନ୍ତା ଏମାନଙ୍କ ବିବାହ । ହେଲେ ଶେଷରେ ମିଳିଥିବା ସୂଚନା ଅନୁଯାୟୀ ୬ ଓ ୭ ତାରିଖରେ ଏମାନଙ୍କ ବିବାହ ମୁମ୍ବାଇରେ ହିଁ ଅନୁଷ୍ଠିତ ହେବ । ଏହି ବିବାହର ଚଳିତ ବର୍ଷର ଗ୍ରାଣ୍ଡ ବଲିଉଡ୍ ମ୍ୟାରେଜ୍ ହେବାକୁ ଯାଉଛି ।

୨୦୧୫ ମସିହା, ଫେବୃୟାରୀ ମାସ । ଯେତେବେଳେ ସୋନମ୍ ଓ ଆନନ୍ଦଙ୍କ ସୋସିଆଲ୍ ଆକାଉଂଟ୍ ଇଂଷ୍ଟାଗ୍ରାମରେ ଅପଲୋଡ୍ ହେଲା ଦୁହିଁଙ୍କ ପିକଚର୍ସ । ଫଟୋ ଗୁଡିକରେ ବେଶ୍ ଇଂଟିମେଂଟ୍ ବି ନଜର ଆସିବେ ସୋନମ ଆଉ ଆନନ୍ଦ । ସବୁଆଡେ ଭାଇରାଲ୍ ହେଲା ଦୁହିଁଙ୍କ କୋଜି ଫଟୋଗ୍ରାଫସ୍ । ଆଉ ଏହିସବୁ ଫଟୋଗ୍ରାଫସରୁ ପ୍ରମାଣ ମିଳିଲା ଯେ, ଆନନ୍ଦ ଆଉ ସୋନମ ପରସ୍ପରକୁ ଡେଟ୍ କରୁଛନ୍ତି । ଏହାପରେ ପାର୍ଟି, ଇଭେଂଟ୍ରେ ବି ଏକାଠି ନଜର ଆସିଲେ ସୋନମ କପ୍ରୁ ଓ ଆନନ୍ଦ ଆହୁଜା । ଯେତେବେଳେ ବି ସୋନମଙ୍କୁ ଆନନ୍ଦଙ୍କ ସହ ରିଲେସନସିପ୍ ବିଷୟରେ ପଚରାଗଲା, କଥାକୁ ଏଡାଇ ଚାଲିଲେ ସୋନମ । ମାତ୍ର ଦୁହିଁଙ୍କ ସୋସିଆଲ୍ ମିଡିଆ ଆକାଉଂଟ୍ କିନ୍ତୁ ସବୁ ବଖାଣିଲା, ଯେ ପରସ୍ପରର ପ୍ରେମରେ ପଡି ସାରିଛନ୍ତି ସୋନମ ଓ ଆନନ୍ଦ । ସୋନମ ବଲିଉଡର ଜଣେ ଆଗ ଧାଡିର ନାୟିକା ହୋଇଥିବାବେଳେ ଫ୍ୟାସନ୍ ୱାର୍ଲ୍ଡରେ ରହିଛି ତାଙ୍କର ବେଶ୍ ନାଁ । ସେହିପରି ଆନନ୍ଦ ଆହୁଜା ବି ଦିଲ୍ଲୀର ଜଣେ ଧନୀ ବ୍ୟବସାୟୀ । ଫ୍ୟାସନ୍ ଲେବଲ୍ ‘ଭାଣେ’ ଆନନ୍ଦ ଓନର୍ ରହିଥିବା ବେଳେ, ପ୍ରଥମ ଭାରତୀୟ ସ୍ନିକର୍ କମ୍ପାନୀର କୋ-ଓନର୍ ବି ରହିଛନ୍ତି ଆନନ୍ଦ । ଏବେ ଏହି ଦୁଇ ପ୍ରେମ ପକ୍ଷୀ ଖୁବଶୀଘ୍ର ବସେଇବାକୁ ଯାଉଛନ୍ତି ନିଜ ଘର ।