କନକ ବ୍ୟୁରୋ : ସୋନାଲୀ ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁରେ ଆସିଲା ନୂଆ ଟ୍ୱିଷ୍ଟ । ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ସୋନାଲିଙ୍କ ଶରୀରରେ ଏକାଧିକ ଗଭୀର ଆଘାତ ଠାବ ହେବା ପରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

Advertisment

ସୂଚନା ଅନୁସାରେ ସୋନାଲିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ହେଲେ ପରିବାର ସଦସ୍ୟ ଏହାକୁ ଗ୍ରହଣ କରିନଥିଲେ । ସୋନାଲିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସୋନାଲିଙ୍କ ଭାଇ ଅଭିଯୋଗ କରିଥିଲେ । ସୋନାଲିଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସଙ୍ଗୱାନ ଏବଂ ତାଙ୍କ ବନ୍ଧୁ ସୁଖୱିନ୍ଦର ୱାସିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଛି ।