ଚର୍ଚ୍ଚାରେ ସୋନପୁର ବିଧାନସଭା ପ୍ରାର୍ଥୀ ସୋନାଲି ବିଶି: ଗାଁକୁ ଗାଁ ବୁଲି ଭିକ୍ଷା ମାଗି କରୁଛନ୍ତି ପ୍ରଚାର

185

କନକ ବ୍ୟୁରୋ: ସ୍ୱାଧୀନ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ଭିକମାଗି ନିର୍ବାଚନ ଲଢିବେ ସୋନପୁର ବିଧାନସଭା ସ୍ୱାଧୀନ ପ୍ରାର୍ଥୀ ସୋନାଲି ବିଶି । ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ ସହଯୋଗ ମାଗୁଛନ୍ତି ମହିଳା ପ୍ରାର୍ଥୀ । ଗାଁକୁ ଗାଁ, ଘରକୁ ଘର ବୁଲି ଗାମୁଛା ଧରି ଭିକ ମାଗୁଛନ୍ତି ସୋନାଲି । ଅନ୍ୟଦଳର ପ୍ରାର୍ଥୀ ପାର୍ଟି ଫଣ୍ଡରୁ ଅର୍ଥ ଆଣି ପ୍ରଚାର କରୁଛନ୍ତି । ହେଲେ ସାଧାରଣ ପରିବାରର ବୋହୂ ଲୋକଙ୍କ ପାଇଁ କାମ କରିବା ଉଦେଶ୍ୟରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଆଉ ନିର୍ବାଚନ ଖର୍ଚ୍ଚ ତୁଲାଇବାରେ ଲୋକଙ୍କ ସହଯୋଗ ଲୋଡିଛନ୍ତି । ଗାମୁଛା ଧରି ଘର ଘର ବୁଲୁଥିବା ବେଳେ କିଏ ଚାଉଳ ଓ ଶକ୍ତି ମୁତାବକ ଆର୍ଥିକ ସହାୟତା କରୁଛନ୍ତି । ସୋନାଲି ବିଶି ଆଗରୁ ଟ୍ରାକ୍ଟରରେ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା ।