କ୍ୟାନସର ସହ ଲଢୁଥିବା ସୋନାଲି ବେନ୍ଦ୍ରେ ପ୍ରଥମ ଥର ବଖାଣିଲେ ନିଜ ଦୁଃଖ : କହିଲେ, “କେମୋ ପାଇଁ ଦୃଷ୍ଟିଶକ୍ତି କମୁଛି”

ପ୍ରଥମ ଥର ପାଇଁ କର୍କଟ ଯୋଗୁଁ ଭୋଗୁଥିବା ଦୁଃଖ ଜଣାଇଲେ ସୋନାଲି ବେନ୍ଦ୍ରେ

545

କର୍କଟ ରୋଗରେ ପୀଡ଼ିତ ହେବା ପରେ ଏବେ ନ୍ୟୁୟର୍କରେ ନିଜର ଏହି ରୋଗ ସହ ଲଢ଼ୁଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଥିଲେ ମଧ୍ୟ ସେ ନିଜ ପ୍ରିୟଜନଙ୍କୁ ଖୁସି କରାଇବା ପାଇଁ ସେମାନଙ୍କ ଖୁସିରେ ସାମିଲ ହୋଇ ନିଜର ଦୁଃଖକୁ କମ କରିବାକୁ ଚେଷ୍ଟା କରୁଥିବା ଅନେକ ସମୟରେ ଦେଖାଯାଇଛି । କିଛି ଦିନ ପୂର୍ବରୁ ସେ ପ୍ରିୟଙ୍କାଙ୍କ ବ୍ରାଇଡ଼ାଲ ସାଓ୍ଵାରରେ ଯୋଗ ଦେଇ ସମସ୍ତଙ୍କୁ ଖୁସି କରାଇଥିଲେ ।

କିନ୍ତୁ ଏତେ ଦିନ ହେବ ନିଜ ରୋଗ ସହ ଲଢ଼ୁଥିବା ସୋନାଲି ଏବେ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି । କର୍କଟ ରୋଗ ପାଇଁ ତାଙ୍କୁ କେମୋ ଦିଆଯାଉଥିବା ବେଳେ ଏ ନେଇ ତାଙ୍କ ଦୃଷ୍ଟି ଶକ୍ତି ଧିରେ ଧିରେ କମିବାରେ ଲାଗିଛି ବୋଲି ସେ କହିଛନ୍ତି । ଯାହାକୁ ନେଇ ସେ ଏବେ ଚିନ୍ତିତ ହେବା ସହ ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ତାଙ୍କ ଦୁଃଖକୁ ସେ ସମସ୍ତଙ୍କ ସହ ବାଣ୍ଟିବା ସହ ନିଜ ପ୍ରଶଂସକଙ୍କ ଭଲ ପାଇବା ମାଗିଥିବା ଦେଖାଯାଇଛି ।

ସୂଚନା ମୁତାବକ, ଇନଷ୍ଟାରେ ସୋନାଲି ଏକ ବହି ଧରି ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କୁ ପୂର୍ବ ବହିଟି କେମୋ ଥେରାପି ପାଇଁ ପଢ଼ିବାରେ ଅସୁବିଧା ହୋଇଥିବା କଥା ଲେଖିଥିଲେ । ପୂର୍ବ ବହି ପଢ଼ି ସାରିବା ପରେ ଏବେ ସେ ଆଉ ଏକ ବହି ପଢ଼ିବା ଆରମ୍ଭ କରିବା ସହ ଏହା ଠିକ୍ ଦିଶୁଥିବା ଲେଖିଛନ୍ତି ।