ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କୁ ହୋଇଛି କ୍ୟାନସର ରୋଗ। ଏ କଥା ନିଜେ ସୋନାଲୀ ବେନ୍ଦ୍ରେ ଆଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଛନ୍ତି । ଏପରି ଏକ ଖବର ପ୍ରଚାରିତ ହେବା ପରେ ସୋନାଲି ବେନ୍ଦ୍ରେଙ୍କ ଫ୍ୟାନମାନଙ୍କ ସହିତ ସମଗ୍ର ବଲିଉଡ୍ ସ୍ତବ୍ଧ ହୋଇଯାଇଛି। ସମସ୍ତଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି ।

Advertisment

publive-image

ବହୁ ହିନ୍ଦୀ ଚଳଚିତ୍ରର ସଫଳ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଜି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏକ ଦୁଃଖଦ ଖବର ଦେଇଛନ୍ତି। ସୋନାଲୀ ଲେଖିଛନ୍ତି ଯେ ତାଙ୍କୁ କର୍କଟ ରୋଗ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାଯାଇଛି। ସୋନାଲୀ ହାଇଗ୍ରେଡ୍ କ୍ୟାନସରରେ ପୀଡିତ ଅଛନ୍ତି । ଏହି ରୋଗ ପାଇଁ ତାଙ୍କର ଚିକିତ୍ସା ଆମେରିକାର ନ୍ୟୁୟର୍କରେ ଆରମ୍ଭ ହୋଇଯାଇଛି। ଶରୀରରେ କ୍ୟାନସର ରୋଗ ଥିବା ସତ୍ତ୍ୱେ ସୋନାଲୀ ବେଶ ଦୃଢ଼ତା ଦେଖାଇଛନ୍ତି। ଅତୁଳନୀୟ,ଧୈର୍ୟ୍ୟ ଓ ସାହସ ଦେଖାଇ ସୋନାଲି କହିଛନ୍ତି ଯେ ସେ ଏବେ ଅନ୍ୟ ଏକ ପ୍ରକାର ଯୁଦ୍ଧ ଲଢ଼ୁଛନ୍ତି। ଏଥିରେ ତାଙ୍କ ପରିବାର ଓ ଶୁଭେଚ୍ଛୁମାନେ ତାଙ୍କ ପଛରେ ଅଛନ୍ତି ବୋଲି ସୋନାଲୀ ଲେଖିଛନ୍ତି।