ବିଶ୍ୱ ପୁରୁଷ ଦିବସ ପାଳନ କରିବାକୁ ଦାବି କଲେ ବିଜେପି ସାଂସଦ । କହିଲେ, ଆମେ ସମାନତାର କଥା କହିଥାଉ, ତେଣୁ ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ହେଉ ।

301

କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସ ଭଳି ବିଶ୍ୱ ପୁରୁଷ ଦିବସ ମଧ୍ୟ ପାଳନ ହେଉ । ଆଜି ରାଜ୍ୟସଭାରେ ମହିଳା ଦିବସ ପ୍ରସଙ୍ଗକୁ ନେଇ ଆଲୋଚନା ବେଳେ ଏହି ଦାବି କରିଛନ୍ତି ବିଜେପି ସାଂସଦ ସୋନାଲ ମାନସିଂ । ସେ କହିଛନ୍ତି ଆମେ ସବୁବେଳେ ସମାନତା କଥା କହିଥାଉଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦିବସ ପାଳନ ଭଳି ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ସପକ୍ଷରେ ସେ ଯୁକ୍ତି ବାଢିଛନ୍ତି । ଏଥିସହ ସମାଜର ଅଧାରୁ ଅଧିକ ଅଂଶରେ ସାମିଲ ମହିଳା କାହିଁକି ଅଧିକାରରୁ ବଂଚିତ ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed.